ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ମହୁଲେ ଗାଁ ର ଏକ ଜଙ୍ଗଲ ରୁ ଅବକାରୀ ବିଭାଗ ବେଆଇନ ଦେଶୀ ମଦ ରନ୍ଧା ସ୍ଥାନରେ ଚଢ଼ାଉ କରି ୪ଜଣ ଙ୍କୁ ଗିରଫ କରିଛି । ସେମାନେ ଚାରି ଜଣ ହେଲେ ମହୁଲେ ଗାଁ ର ବାବୁଲା ନନ୍ଦ, ଭାଗ୍ୟ ନନ୍ଦ, ପେରମା ବାଗ ଓ ସାବିତ୍ରୀ ମହାନନ୍ଦ ବୋଲି ଜଣା ପଡିଛି ।

ସେମାନେ ବହୁ ଦିନରୁ ଏହି ଜଙ୍ଗଲ ରେ ଦେଶୀ ମଦ ରାନ୍ଧି ବେପାର କରୁଥିଲେ । ସେମାନଙ୍କ ଠାରୁ ପାଖା ପାଖି ୨୦୦ ଲିଟର ଦେଶୀ ମଦ ଓ ଏହି ମଦ ରନ୍ଧରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି ଅବକାରୀ ବିଭାଗ l ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି