ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ସୁରୁନ୍ଦି ଗ୍ରାମରେ ଜଳ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ଭଳି ଚିତ୍ର ସାମ୍ନା କୁ ଦେଖିବକୁ ମିଳିଛି। ଦଶ ବର୍ଷ ପୂର୍ବେ ଗାଁରେ ଡ୍ରେନେଜ କାର୍ଯ୍ୟ ହୋଇଥିଲେ ମଧ୍ୟ, ପୁନରୁଦ୍ଧାର କାର୍ଯ୍ୟ ଏପର୍ଯ୍ୟନ୍ତ ହୋଇନାହିଁ। ଗ୍ରାମର ଯୁବ ସମାଜସେବୀ ସର୍ବେଶ୍ଵର କ୍ଷେତି ଅଭିଯୋଗ ଆଣିଛନ୍ତି।

ଅସରାଏ ବର୍ଷା ହେଲେ ଗାଁ ର ଦ୍ରେନେଜ୍ ପାଣି ନିଷ୍କାସନ ପ୍ରତିବଦଳରେ ଗାଁ ଦାଣ୍ଡ ରେ ପରିବେଶ ଦୂଷିତ କରୁଛି। ଗାଁ ମୁଣ୍ଡରେ ଥିବା ନଳ କୁପ ର ପାଣି ନିଷ୍କାସନ ହୋଇନପାରେ ଗାଁ ଦାଣ୍ଡ ରେ ପ୍ରଭାବିତ ହେବା, ସିଉଳି ପଡ଼ିବା ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟୁଛି ବୋଲି ଗ୍ରାମବାସୀ ଅଭିଯୋଗକରିଛନ୍ତି। ଏଣୁ ତୁରନ୍ତ ଗ୍ରାମର ଦ୍ରେନେଜ ଓ ନଳକୂପ ର ପାଣି ନିଷ୍କାସନ ପାଇଁ ସୁବ୍ୟବସ୍ଥା ପାଇଁ ସମାଜସେବୀ ସର୍ବେଶ୍ଵର କ୍ଷେଟି ଦାବୀ କରିଛନ୍ତି।