ପୁରୀ : (ମନୋଜ କୁମାର ବଳିଆରସିଂ )ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ଶ୍ରୀମତୀ ଅଯନ୍ତା ଷଡଙ୍ଗୀଙ୍କ ନିର୍ଦ୍ଦେଶ ଅନୁଯାଇ ତା ୨୦.୬.୨୦୨୫ ରିଖରେ ଅପରାହ୍ନ ୩.୦୦ ଘଟିକା ସମୟରେ ବିଶ୍ବମ୍ବର ବିଦ୍ୟାପୀଠ,ପୁରୀ ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଅଛି। ଆଜିର ଏହି କାର୍ଯକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ପରିଚାଳନା କରିଥିଲେ।

ଏହି କାର୍ଯକ୍ରମକୁ ପ୍ରାଧିକରଣର ସଚିବ ଉଦ୍ଘାଟନ କରିବା ସହ ନିଜ ବକ୍ତବ୍ୟରେ ଆଇନ ସେବା ପ୍ରାଧିକରଣ ଅଧିନିୟମ ୧୯୮୭ ରେ ଥ‌ିବା ବିଭନ୍ନ ବିଧିବ୍ୟବସ୍ଥାର ଉଦେଶ୍ୟ ଓ ଆଭିମୁଖ୍ୟ,ନିଶୁଳ୍କ ଆଇନ ସେବା ଯୋଗ୍ୟ ହିତାଧିକାରୀ, ଲୋକ ଅଦାଲତ,ମଧ୍ୟସ୍ଥତା କେନ୍ଦ୍ର, ନ୍ୟାୟ ସଂଯୋଗ, ୧୫୧୦୦, ସମୁଖ କାର୍ଯ୍ୟାଳୟ ଏବଂ ପୋସ୍କୋ, ଜେଜେ.ସିପିସି, ବିଷୟରେ ଅବଗତ କରାଇବା ସ‌ହ ଆଇନ ସେବା କଣ ଏବଂ ଆଇନ ସେବା ପାଇବାପାଇଁ କେଉଁ କେଉଁମାନେ ଯୋଗ୍ୟ ସେହି ବିଷୟରେ ଆଲୋଚନା କରିଥିଲେ ।

ଆଜିର ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଆଇନ ପ୍ରତିରକ୍ଷା ଓକିଲ ଶ୍ରୀଯୁକ୍ତ ସୁଧୂର କୁମାର ଘୋଷ, ବିଶ୍ବମ୍ବର ବିଦ୍ୟାପୀଠର ଆଇନ ସାକ୍ଷରତା କ୍ଲବ ର ଶିକ୍ଷୟିତ୍ରୀ ଉତ୍କଳିକା ମିଶ୍ର ଏବଂଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାହୁ ଯୋଗଦେଇଥିଲେ । ସେମାନେ ପିଲାମାନଙ୍କୁ ଶିଶୁମାନଙ୍କ ସୁରକ୍ଷା ଉପରେ ରହିଥ‌ିବା ବିଭିନ୍ନ ସରକାରୀ ଆଇନ ଉପରେ ଆଲୋକପାତ କରିଥିଲେ। ଆଜିର ଏହି କାର୍ଯକ୍ରମରେ ଉପସ୍ଥିତ ଥୂବ ବିଶ୍ବମ୍ବର ବିଦ୍ୟାପୀଠ କର୍ମଚାରୀ ବୃନ୍ଦ ଓ ଛାତ୍ରଛାତ୍ରୀମାନ ମାନଙ୍କୁ ଆଇନ ସେବା ପ୍ରାଧୂକରଣ ତରଫରୁ ଧନ୍ୟବାଦ ଅର୍ପଣ ସହ ଆଇନ ସେବାର ଉପ‌ଯୋଗୀତା ଓ ଉପଦେୟତାକୁ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ସହ ଏହା କିପରି ଜନସାଧାରଣଙ୍କ ଉପ‌ଯୋଗୀ ହୋଇପାରିବ ଏଥିପାଇଁ ଆହ୍ବାନ ଦେଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧୂକରଣର କର୍ମଚାରୀମାନେ ସହଯୋଗ କରିଥିଲେ ।