
ପୁରୀ : (ମନୋଜ କୁମାର ବଳିଆରସିଂ )ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଓ ପ୍ରଯ୍ୟଟକ ପୁରୀକୁ ଦର୍ଶନ ଓ ବୁଲିବା ପାଇଁ ଆସୁଛନ୍ତି । ବିଶେଷକରି ଚକ୍ରତୀର୍ଥ ରୋଡ୍ ଓ ସମୁଦ୍ର କୂଳ ରୋଡରେ ଯାତାୟାତ ଜାମ ହେବା ଏକ ଗମ୍ଭୀର ସମସ୍ୟା ଭାବରେ ଦେଖା ଦେଇଥାଏ । ଏହା ଦର୍ଶନାର୍ଥୀ ଓ ସ୍ଥାନୀୟ ନାଗରିକଙ୍କ ପାଇଁ ଗମନା ଗମନ ପାଇଁ ଅସୁବିଧା ସୃଷ୍ଟି କରୁଥିଲା ଏହା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନିତ ଅଗ୍ରୱାଲ ଙ୍କ ନିର୍ଦେଶ କ୍ରମେ ଏହି ପରିସ୍ଥିତିକୁ ଦୂର କରିବା ପାଇଁ ପୁରୀ ପୋଲିସ ବିଶେଷ ପଦକ୍ଷେପ ଗ୍ରହଣ କରିଛି ।
ରୋଡ ଉପରେ ଗାଡି ରାଖିବା ଉପରେ କଡା କାର୍ଯ୍ୟାନୁଷ୍ଠାନ:
ଚକ୍ରତୀର୍ଥ ରୋଡ୍ ଓ ସମୁଦ୍ର କୂଳ ରୋଡ ଉପରେ ଯେଉଁମାନେ ଅନଧିକୃତ ଭାବରେ ଗାଡି ରାଖିବେ, ସେମାନଙ୍କ ଉପରେ ଅର୍ଥଦଣ୍ଡ ଲାଗୁ ହେବ ଓ ଗାଡି ଅପସାରଣ କରାଯିବ । ଏହି ଅଞ୍ଚଳକୁ ସର୍ବଦା ଯାତାୟାତ ପାଇଁ ସମ୍ପୂର୍ଣ ରୂପେ ପାର୍କିଂ ଫ୍ରି ରଖିବା କରାଯାଇଛି ।
ଅର୍ବାନ ହାଟ ଏବଂ ପର୍ଯ୍ୟଟକ ବସ ନିୟମ: ଅର୍ବାନହାଟ ଠାରେ ୭୦ ବସ ପାର୍କିଂ କରିଥାନ୍ତି ଯାହା ଯାତାୟାତ ରେ ସମସ୍ୟା ଦେଖା ଯାଏ, ଅର୍ବାନ ହାଟ ନିକଟରେ ପର୍ଯ୍ୟଟକ ବସ୍ ପାର୍କିଂ ଉପରେ ପୂର୍ଣ୍ଣ ପାବନ୍ଧି ଲାଗୁ କରାଯାଇଛି । ଏବେ ରୁଟିନ୍ ଅନୁଯାୟୀ, ସମସ୍ତ ପର୍ଯ୍ୟଟକ ବସ୍ ତାଳବଣିଆ ପାର୍କିଂ ରେ ଯିବାକୁ ପଡ଼ିବ ଏବଂ କେବଳ ଡ୍ରପ୍ ପଏଣ୍ଟ ଭାବରେ ଅର୍ବାନହାଟ ର ବ୍ୟବହାର କରିହେବ । ଏହି ଚିନ୍ତାଧାରାରେ ଶୃଙ୍ଖଳା ଓ ଯାତାୟାତ ସୁବିଧା ବୃଦ୍ଧି ହେବ ।
୪,୦୦୦ ଟି ଅଟୋ ଚାଳକଙ୍କ ପାଇଁ ନିର୍ଦ୍ଦେଶ:
ଚକ୍ରତୀର୍ଥରୋଡ ଓ ସମୁଦ୍ର କୂଳ ରୋଡ ଅଞ୍ଚଳରେ ଚାଲୁଥିବା ୪,୦୦୦ ଅଟୋ ଚାଳକଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ରୋଡ ଉପରେ ଗାଡି ରାଖିବେ ନାହିଁ । ଅନଧିକୃତ ଅଟୋ ପାର୍କିଂ କଲେ ଦଣ୍ଡ ଓ ଅନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସମସ୍ତଙ୍କ ସହଯୋଗ ଅତ୍ୟନ୍ତ ଆବଶ୍ୟକ:
ଏହି ଉଦ୍ୟମ ପୁରୀକୁ ଯାତାୟାତ ଜାମ ମୁକ୍ତ କରିବା ଓ ପର୍ଯ୍ୟଟନ ସୁବିଧା ବଢ଼େଇବା ଦିଗରେ ଏକ ଦୃଢ଼ ପଦକ୍ଷେପ । ସମସ୍ତ ଗାଡି ଚାଳକ, ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କୁ ଏଥିପାଇଁ ସହଯୋଗ କରିବାକୁ ଆହ୍ବାନ କରାଯାଉଛି ।ପୁରୀ ପୋଲିସ ଓ ଯାତାୟାତ ବିଭାଗ ସଦା ଆପଣଙ୍କ ସୁବିଧା ଓ ସୁରକ୍ଷା ପାଇଁ ପ୍ରତିବଦ୍ଧ ଅଛି । ଆସନ୍ତୁ ଏହି ଉଦ୍ୟମକୁ ସଫଳ କରିବାରେ ଆପଣମାନେ ସହଯୋଗ କରନ୍ତୁ ପୁରୀ ପୋଲିସ ପକ୍ଷରୁ କୁହାଯାଇଛି।