କେସିଙ୍ଗା (ପ୍ରୀତେଶ ପଟେଲ)ଓଡିଶା ସାରା ମଦ ଦୋକାନ ଉପରେ ଚଢାଉ ଚର୍ଚା ଓ ପୋଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ଜୋରସୋରରେ ଚାଲିଛି | ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ର କେସିଙ୍ଗା ସହର ରେ କିଛି ଦିନ ତଳେ ୱାର୍ଡ ନମ୍ବର ୮  ରେ ମଦ କୋଠି ବନ୍ଦ ନେଇ ଜୋରଦାର ବିରୋଧ ଦେଖିବାକୁ ମିଳିଛି ଓ କାଲି କେସିଙ୍ଗା ପୋଲିସ୍ କେସିଙ୍ଗା ବ୍ଲକ ହାତୀଖୋଜ ପଞ୍ଚାୟତ ର ସିଙ୍ଗାରିବାହାଲ ଗ୍ରାମ ର ପ୍ରହଲାଦ ଖମାରି ବୟସ ୪୨  ଙ୍କ ଦୋକାନ ନୂ ୧୬  ଲିଟର ବିଦେଶୀ ଓ ୩  ଲିଟର ଦେଶୀ ପାଉଚ ଜବତ କରି ଛନ୍ତି | କେସିଙ୍ଗା ପୋଲିସ ତରଫରୁ ୩୧୩/୨୫ କେଶ ମଧ୍ଯ ରଜୁ କରାଯାଇଛି | ମଦ ଦୋକାନୀ ମାନଙ୍କୁ ଏବେ ପୋଲିସ ଡର ଲାଗିଲା ନି ? ଦେଖାଯାଉ କେତେ ଦିନ ପାଇଁ |