ପୁରୀ:  ଆଗକୁ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀ ର ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ପୁରୀ ସିଟି ଡିଏସ୍ପି ଙ୍କ ଅନୁମତି କ୍ରମେ ସମସ୍ତ ଥାନା ଅଧିକାରୀ ପୁରୀର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି ।ବିଗତ ୮ଦିନ ଭିତରେ ପ୍ରାୟ ୧୫୩ଜଣ ନିୟମ ଉଲଂଘନ କାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି।

ଆଗକୁ ମଧ୍ୟ ପୁରୀ ପୋଲିସ ଦ୍ୱାରା ବିଭିନ୍ନ ଜାଗାରେ ନାକା ଚେକିଂ ସହିତ, ମଦ୍ୟପାନ କରି ଗାଡି ଚଳାଉଥିବା ମଦ୍ୟପ ଚାଳକ ମାନଙ୍କ ପ୍ରତି ଏବଂ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରି ଉତ୍ପାତ କରୁଥିବା ମଦ୍ୟପ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଏବଂ ଏହି ପ୍ରକ୍ରିୟା ଜରିରହିବ ବୋଲି ମଧ୍ୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।