ପୁରୀ : (ମନୋଜ କୁମାର ବଳିଆରସିଂ)ପୁରୀ ଜିଲ୍ଲା ସତ୍ୟବାଦୀ ଅନ୍ତର୍ଗତ ଷ୍ଟେସନ ନିକଟ ସୁଭଦ୍ରା କଲୋନୀରେ ପ୍ରାୟ ୫୦୦ଲୋକ ବସବାସ କରନ୍ତି କିନ୍ତୁ ଦୁଃଖର ବିଷୟ କଲୋନୀ ଠାରୁ ଏକକିଲୋମୀଟର ଭିତରେ ପାଣି ପାଇପ ସଂଯୋଗ ଥିବା ସତ୍ୱେ ଆଜି ପର୍ଯ୍ୟନ୍ତ କିନ୍ତୁ ସୁଭଦ୍ରା କଲୋନି କୁ ପାଣି ପାଇପ ସଂଯୋଗୀକରଣ ହୋଇପାରିନାହିଁ।ସେଥିପାଇଁ ସୁଭଦ୍ରା କଲୋନୀ ର ଅଧିବାସୀମାନେ ସାକ୍ଷୀଗୋପାଳ ଷ୍ଟେସନର ୪ନମ୍ବର ପ୍ଲାଟଫର୍ମ ରେ ଥିବା ନଳକୂପ ର ଜଳକୁ ପାନୀୟଜଳ ରୂପେ ବ୍ୟବହାର କରିଆସୁଛନ୍ତି।

ସେହି ଅଞ୍ଚଳର କୁଅ ଏବଂ ନଳକୁଅର ପାଣି ଲୁଣିଆ ହୋଇଥିବାରୁ ତାହା ବ୍ୟବହାର ଅନୁପଯୋଗୀ।ବିଡମ୍ବନା ର ବିଷୟ ପ୍ଲାଟ ଫର୍ମ ଭିତରେ ଥିବା ପାଣିକଳ ଟିକୁ ଷ୍ଟେସନ କର୍ମଚାରୀ ମାନେ ଖୋଲିବାକୁ ଉଦ୍ୟମ କରୁଥିବା ସମୟରେ ସ୍ଥାନୀୟ ଅଧିବାସୀ ମାନେ ସାକ୍ଷୀଗୋପାଳ ଷ୍ଟେସନ ମାଷ୍ଟର ଙ୍କ ସହିତ ଯୋଗାଯୋଗ କରି ଅନୁରୋଧ କରିବା ସହିତ ଲିଖିତ ଆକାରରେ ଜଣାଇଥିଲେ କି ସେହି ପାଣି କଳ କୁ ସେଠାରୁ ସ୍ଥାନାନ୍ତର ନକରିବା ପାଇଁ।ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଅଧିବାସୀ ମାନେ ଦାବି କରୁଛନ୍ତି କି ସୁଭଦ୍ରା କଲୋନୀ କୁ ସ୍ଥାୟୀ ଭାବେ ପାନୀୟଜଳ ପାଇପ ସଂଯୋଗ କରାଯାଉ।