
ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ଅଂଶୁଲା ରିସର୍ଟ ଠାରେ ବରିଷ୍ଠ ସାମ୍ବାଦିକ ତଥା ଉପଦେଷ୍ଟା ଚିତ୍ତ ରଞ୍ଜନ ସିଂ ଙ୍କ ଅଧକ୍ଷତା ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ ମୁଖ୍ୟ ଅତିଥି ଭାବେ ଅଲ ଓଡ଼ିଶା ରିପୋର୍ଟସ ଆସୋସିଏସନ ର ରାଜ୍ୟ ସଭାପତି ଡ଼ ସୁଧାଂଶୁ ଶେଖର ରାଉତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଶାଖା ର ସଭାପତି.ବିନାୟକ… ଉପସ୍ଥିତ ଥିଲେ। ସଭାକାର୍ଯ୍ୟ ପୂର୍ବରୁ ପ୍ରଥମେ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀ ଙ୍କ ନିକଟରେ ଧୂପ ଓ ଦୀପ ପ୍ରଜ୍ୱଳନ କରି ନିମନ୍ତ୍ରିତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।
ଉକ୍ତ ବୈଠକ ରେ ସାମ୍ବାଦିକ ସୁରକ୍ଷା ଉପରେ ଆଲୋଚନା ହେବା ସହିତ, ତୃଣ ମୂଳ ସ୍ତର ରେ ଲୋକଙ୍କ ମୌଳିକ ସୁବିଧା କୁ ସରକାର ଙ୍କ ନିକଟରେ ଉପସ୍ଥାପନା କରିବା ଦିଗରେ ପ୍ରାଧ୍ୟନ୍ୟ ଦେବା ପାଇଁ ବୈଠକ ରେ ଆଲୋଚନା ହୋଇଥିଲା l ପରେ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ କମିଟି ଗଠନ କରାଯାଇଥିଲା। ରାଜ୍ୟ ସଙ୍ଘ ସଭାପତି ସୁଧାଂଶୁ ଶେଖର ରାଉତ ଙ୍କ ଉପସ୍ଥିତ ରେ ଜିଲ୍ଲା ସଭାପତି ଭାବେ ଭାଗବତ ମେହେର ଙ୍କୁ ଜିଲ୍ଲା ରିପୋର୍ଟସ ଆସୋସିଏସନ ସଭାପତି ଓ ଅବଦୁଲ ମହସିନ ଖାନ ଙ୍କୁ ସମ୍ପାଦକ ଭାବେ ଚୟନ କରାଯାଇଥିଲା।
ସେହିପରି କଣ୍ଟାମାଳ ବ୍ଲକ ପାଇଁ ବଳରାମ ବାଘ ଙ୍କୁ ସଭାପତି ଓ ବାସୁଦେବ ଷଣ୍ଢ ଙ୍କୁ ସମ୍ପାଦକ, ବୌଦ୍ଧ ବ୍ଲକ ରୁ ସୁମନ୍ତ ମେହେର ଙ୍କୁ ସଭାପତି, ଆଶିଷ ଠାକୁର ଙ୍କୁ ସମ୍ପାଦକ, ହରଭଙ୍ଗା ବ୍ଲକ ପାଇଁ ଅକ୍ଷୟ ମହାକୁଡ଼ ଙ୍କୁ ସଭାପତି ଓ ବିଭୁଦତ୍ତ ବୋଷ ଙ୍କୁ ସମ୍ପାଦକ ଭାବେ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା।ଅଲ ଓଡିଶା ରିପୋର୍ଟସ ଆସୋସିଏସନ କୁ ବ୍ଲକ ସ୍ତର ରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସୁଦୃଢ କରିବା ପାଇଁ ନିମନ୍ତ୍ରିତ ଅତିଥି ଉପସ୍ଥିତ କର୍ମକର୍ତ୍ତା ଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା ଶାଖା ତରଫରୁ ରାଜ୍ୟ ସଭାପତି ଙ୍କୁ ଏକ ମାନପତ୍ର ଦିଆ ଯାଇଥିଲା। ଶେଷରେ ବରିଷ୍ଠ ସାମ୍ବାଦିକ ସୁକାନ୍ତ ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ବୈଠକ ରେ ଜିଲ୍ଲା ର କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକର ସାମ୍ବାଦିକ ବନ୍ଧୁ ମାନେ ଯୋଗ ଦେଇଥିଲେ l