ଭୁବନେଶ୍ବର : (ବ୍ୟୁରୋ)ଗତ ୧୨ତାରିଖରେ ଆଳି ବ୍ଲକ ସିଙ୍ଗିରିସ୍ଥିତ କ୍ରିଏଟିଭ ଜେନସ୍ ନର୍ସିଂ ସ୍କୁଲର ବାର୍ଷିକ ଉତ୍ସବ, ଆଧୁନିକ ନସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କ ଜନ୍ମ ଦିବସ ଓ ଅନ୍ତର୍ଜାତୀୟ ସିଂ ଦିବସ ପାଳନ କରାଯାଇଛି। ନସିଂ ସ୍କୁଲ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ୟାମସୁନ୍ଦର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଆଳି କଲେଜ୍‌ର ପୂର୍ବତନ ଅଧ୍ୟକ୍ଷ ଦୁର୍ଯ୍ୟୋଧନ ମଲ୍ଲିକ  ଅତିଥି, ସମାଜସେବୀ ସୁଦୀପ ପଣ୍ଡା ମୁଖ୍ୟବକ୍ତା, ଅଧ୍ୟକ୍ଷା ବିଶାଖାମଞ୍ଜରୀ ପରିଡ଼ା, ପୂର୍ବତନ ସରପ ସରପଞ୍ଚ ସୁମନ୍ତ ଦାସ, ସମାଜସେବୀ ଦେବେନ୍ଦ୍ର ପଣ୍ଡା, ସୁବାସଚନ୍ଦ୍ର ଆଚାର୍ଯ୍ୟ,ବଳରାମ ପାଢ଼ୀ, ପ୍ରଶାକ ଦାସ, ସୁଶାକ୍ତ ସାମଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ

ଯୁଦ୍ଧ ଆହତ ଓ ସମାଜର ପୀଡ଼ିତମାନଙ୍କର ସେବା କ୍ଷେତ୍ରରେ ସାରା ବିଶ୍ବରେ ମହାନ ସେବିକାର ପରିଚୟ ପାଇଥିବା ଫ୍ଲୋରେନ୍ସ ନାଇଟିଙ୍ଗଲ୍ ଆଧୁନିକ ନସିଂ ପ୍ରତିଷ୍ଠାର ଅଗ୍ରଦୂତ ଥିଲେ ବୋଲି କହିଥିଲେ । ସିଙ୍ଗିରିରେ ପ୍ରତିଷ୍ଠିତ ଏହି ନସିଂ ସ୍କୁଲ୍ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉତ୍ତମ ସେବାଶିକ୍ଷା ଯୋଗାଇବା ସହିତ ନିଯୁକ୍ତି କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ଅତିଥିମାନେ ମତବ୍ୟ ଦେଇଥିଲେ ।

ସମାଜସେବୀ ଆଶୁତୋଷ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ  ଛାତ୍ରୀ ସରିତା ମହାପାତ୍ର, ସଂଘମିତ୍ରା ମଲ୍ଲିକ ଉତ୍ସବ ସଂଚାଳନ କରିଥିଲେ। ସଚିନ୍‌ ଦାସ ଓ ବନିତାରାଣୀ ମଲ୍ଲିକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀ ମନିସା ସାହୁ, ସୁକାଢି ଜେନା, ସ୍ନେହଲତା ଜେନା, ସୋନାଲି ଦାସ, ସଂଘମିତ୍ରା ମଲ୍ଲିକ, ଶେଖ୍ ମସିଉଲ୍ଲା, ସୋନାଲି ଜେନା, ସୁଚିସ୍ମିତା ଜେନା ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ସାଂସ୍କୃତିକ ବିଚିତ୍ରା ପରିବେଷଣ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଅନନ୍ତଚରଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ୟୁରୋ ରିପୋର୍ଟ ଏଇଓଡ଼ିଶା