ସାକ୍ଷୀଗୋପାଳ; (ମନୋଜ କୁମାର ବଳୀୟାରସିଂ)ପୁରୀ ଭାରତ ବିକାଶ ପରିଷଦ, ସତ୍ୟବାଦୀ ଶାଖା ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେ ୯୦% ରୁ ଅଧିକ ମାର୍କ ରଖିଥିବା ଏ୧ ଗ୍ରେଡ଼ ପାଇଥିବା ସତ୍ୟବାଦୀ ବ୍ଲକ ଅଧିନସ୍ତ ବିଭିନ୍ନ ବିଦ୍ୟାଳୟ ର କୃତି ଛାତ୍ରଛାତ୍ରୀଙ୍କୁ, ଶିକ୍ଷକମାନଙ୍କୁ ଏବଂ ଅଭିଭାବକ ମାନଙ୍କୁ ଆଜି ବିରଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କରାଯାଇଛି l

ସଭା ପ୍ରାରମ୍ଭରେ ସତ୍ୟବାଦୀ ଶାଖା ର ସଭାପତି ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ଦେଇ ଅତିଥି ପରିଚୟ କରିଥିଲେ l ମୁଖ୍ୟ ଅତିଥି ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ଭଲ ମଣିଷ ହେବା ପାଇଁ ଆହ୍ୱାନ କରିଥିବାବେଳେ ସମ୍ମାନୀୟ ଅତିଥି ପୂର୍ବପ୍ରାନ୍ତ ସଭାପତି ଶ୍ରୀଯୁକ୍ତ ସତ୍ୟବାଦୀ ଦାସ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ ଏବଂ ସମ୍ମାନୀୟ ଅତିଥି ଡ଼. ଜୟଶ୍ରୀ ମହାପାତ୍ର ଛାତ୍ରଛାତ୍ରୀଙ୍କୁ ଉପଢୌକନ ପ୍ରଦାନ କରିଥିଲେ l ସତ୍ୟବାଦୀ ବ୍ଲକ ରେ ଏ୧ ଗ୍ରେଡ଼ ପାଇଥିବା ସାତ ଜଣ ଛାତ୍ରଛାତ୍ରୀ ଙ୍କୁ “ଉତ୍କଳମଣି ଗୋପବନ୍ଧୁ ଏକାଡେ଼ମିକ ଏକ୍ସଲେନ୍ସ ଆୱାର୍ଡ 2025” ରେ ସମ୍ବର୍ଦ୍ଧିତ କାରାଯିବା ସହ ନଗଦ ଦୂର ହଜାର ଟଙ୍କା, ମାନପତ୍ର, ଗୀତା ବହି, ମହାପୁରୁଷ ମାନଙ୍କ ବହି ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l

ଉପସଭାପତି ଶ୍ରୀଯୁକ୍ତ ନିହାର ରଞ୍ଜନ ସ୍ୱାଇଁ ଓ ସଚିବ ଶ୍ରୀଯୁକ୍ତ ବିଜୟ କୁମାର ପରିଡା ମଞ୍ଚ ସଂଚାଳନା କରିଥିବାବେଳେ ସମ୍ପର୍କ ସଚିବ ଶ୍ରୀଯୁକ୍ତ ନବଘନ ଶତପଥୀ, ଅର୍ଥ ସଚିବ ପ୍ରଫୁଲ୍ଲ ପଣ୍ଡା, ବିଭୁ ପ୍ରଶଦ ମହାପାତ୍ର, ଦେବରାଜ ନାୟକ, ଲିଙ୍ଗରାଜ ସାହୁ, ଅମୀୟ କୁମାର ସ୍ୱାଇଁ, ବିଷ୍ଣୁ ମହାରଣା ଓ ସଂଗ୍ରାମ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଉକ୍ତ କାର୍ଯ୍ୟକ୍ରମ ରେ ବିଶ୍ୱଜିତ ଶତପଥି, ହୃଷିକେଶ ମିଶ୍ର, ପ୍ରଧାନ ଶିକ୍ଷକ ଯୋଗେଶ ନାୟକ ଓ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ଯୋଗଦେଇଥିଲେ l ସାମ୍ବାଦିକ ଅମର ଶତପଥି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସଂସ୍କାର ସଚିବ ସୁନୀଲ କୁମାର ବେହେରା ଧନ୍ୟବାଦ ଅର୍ପଣ କରଥିଲେ l କାର୍ଯ୍ୟକ୍ରମ ଆରମ୍ଭ ରେ ବନ୍ଦେ ମାତରମ ଓ ଶେଷ ରେ ଜାତୀୟ ସଂଗୀତ ଗାନ କରାଯାଇ ସଭା ସଙ୍ଗ କରାଯାଇଥିଲା l