
ଭୁବନେଶ୍ବର ; ୧୧/୦୫ (ବ୍ୟୁରୋ )ନରସିଂହ ଚୌଧୁରୀ ମହାବିଦ୍ୟାଳୟ, ଯାଜପୁରର +୨ ବିଜ୍ଞାନ ବିଭାଗର ୧୯୮୬–୮୮ ମସିହା ପୁରାତନ ଛାତ୍ର/ଛାତ୍ରୀମାନଙ୍କର ବନ୍ଧୁ ମିଳନ ଉତ୍ସବ ଭୁବନେଶ୍ଵର ନାଲକୋ ଛକ ନିକଟସ୍ଥ ହୋଟେଲ ସୁରୀୟାଂଶ ପରିସରରେଗତ ମଇ ୧୧ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏହି ବନ୍ଧୁ ମିଳନ ଉତ୍ସବରେ ଦୂର ଦୁରାନ୍ତରୁ ସହପାଠୀମାନେ ସପରିବାର ଯୋଗ ଦେଇ ଉତ୍ସବର ଭରପୁର ଆନନ୍ଦ ଉଠାଇଥିଲେ।
ପ୍ରଦୀପ ପ୍ରଜ୍ଵଳନ ପରେ ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଡଃ ରଶ୍ମି ପରିଡାଙ୍କ ଦିବଙ୍ଗତ ପତି ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଡଃ ଅଜୟ କୁମାର ପଡିଡା, ଦିବଙ୍ଗତ ଦେବାଶିଷ ମହାନ୍ତି, ଦିବଙ୍ଗତ ସିମରନ ସମଦର୍ଶୀ ପରିଡା ଙ୍କ ଆମର ଆତ୍ମାର ଶାନ୍ତି କମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ତା’ପରେ ଉପସ୍ଥିତ ସହପାଠୀମାନେ ନିଜର ଓ ପରିବାରର ବିବରଣୀ ପ୍ରଦାନ କରିଥିଲେ। ସନ୍ତୋଷ ସାହୁଙ୍କ ଦ୍ଵାରା ପରିବେଷିତ ସଙ୍ଗୀତ ଓ ନୃତ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
ଏଠାରେ ସମ୍ପୂର୍ଣ ଭିଡିଓ ଦେଖନ୍ତୁ
୧୯୮୮ ବ୍ୟାଚର ଛାତ୍ର ତଥା ହୋଟେଲ ସୁରୀୟାଂଶର ମାଲିକ ଚିତ୍ତ ମଲ୍ଲିକଙ୍କ ନିସ୍ଵାର୍ଥପର ସହୋଯୋଗ ପାଇଁ ସମସ୍ତେ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି କାର୍ଯକ୍ରମର ସଫଳ ରୂପାଯନ ପାଇଁ ଭଗି, ବୁବୁ, ରାଜେନ୍ଦ୍ର, ଚିତ୍ତ, ରଶ୍ମୀ, ଦୋଳା, ମମତା ଇତ୍ୟାଦିଙ୍କୁ ସମସ୍ତ ବନ୍ଧୁ ମାନଙ୍କ ତରଫରୁ ଧନ୍ୟବାଦ ଦିଆଯାଇଥିଲା।