ପୁରୀ: (ମନୋଜ କୁମାର ବଳୀୟାରସିଂ)ପେଣ୍ଠକଟା ଆଇ.ଟି.ଆଇ କଲେଜ ପାଖ ତାରିଣୀ ବସ୍ତି ତରଫରୁ ଜିଲ୍ଲାପାଳ ଏବଂ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଅଛି ।ଏହି ବସ୍ତିରେ ୧୪ପରିବାର କୁ ଘରଭାଙ୍ଗିବା ପାଇଁ ନୋଟିସ ଦିଆଯାଇଛି ।ସେହି ଜାଗାରେ କିଛି ସରକାରୀ କାର୍ଯ୍ୟ କରାଯିବ। ନବକଳେବର ସମୟରେ ରେଲୱେ ଷ୍ଟେସନ ସାମ୍ନାରୁ ଘର ଭାଙ୍ଗି ସେହି ସ୍ଥାନରେ ଘର କରି ରହିବା ପାଇଁ ପ୍ରଶାସନ ତରଫରୁ କୁହାଯାଇଥିଲା

କିନ୍ତୁ ବର୍ତ୍ତମାନ ସେହି ଜାଗାକୁ ଖାଲି କରିବା ପାଇଁ ପ୍ରଶାସନ ତରଫରୁ ନୋଟିସ ଦିଆଯାଇଛି।ଏହି ୧୪ଟି ପରିବାରର ପ୍ରାୟ ୫୦ଜଣ ସଦସ୍ୟ ଜିଲ୍ଲାପାଳ ଏବଂ ତହସିଲଦାର ଙ୍କ ନିକଟରେ ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି। ଏହି କାର୍ଯ୍ୟକ୍ରମ କୁ ପ୍ରତିନିଧିତ୍ୱକରିଥିଲେ ପୁରୀ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆଲୋକ କୁମାର ଦାସ ଏବଂ ପୁରୀ ବିଧାନ ସଭା ସଭାପତି ଯୁବକଂଗ୍ରେସ ମନୋଜ ମଣ୍ଡଳ।