
ପୁରୀ ୨୮/୦୪( ମନୋଜ କୁମାର ବଳିଆର ସିଂ ) ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ୧୭୭ ତମ ଜନ୍ମଜୟନ୍ତୀ ସମର୍ପଣ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୁରୀ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟଳୟ ସମ୍ମୁଖ ମଧୁସୁଦନ ପାର୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ।
ଅନ୍ୟତମ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ବିଶିଷ୍ଟ ସ୍ତମ୍ବକାର, ସାହିତିକ ତଥା ସମାଜ ସେବୀ ବଦ୍ରି ମିଶ୍ର ଯୋଗ ଦେଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଓଡ଼ିଶା ପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଉକ୍ତ ସଭାରେ ଅନୁଷ୍ଠାନର ଅଧକ୍ଷ ବ୍ରଜକିଶୋର ସାହୁ ଅଧ୍ୟକ୍ଷତା କରିଥଲେ । ଅନୁଷ୍ଠାନର ସଦସ୍ୟ ଅରୁଣ ମହାନ୍ତି, ପ୍ରବୀର ମହାନ୍ତି, ସଞ୍ଜୀବ ସିହ୍ନା, ପ୍ରମୋଦିନୀ ସିହ୍ନା, ନମିତା ଦାସ, ବନିତା ଦୀକ୍ଷିତ ଓ ଦେବରାଜ ଦାସ ପରିଚାଳନା କରିଥିଲେ।