ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବିକଶିତ ଓଡ଼ିଶା ଗଠନ ରେ ସମବାୟର ଭୂମିକା କୁ ନେଇ ସମବାୟ ସପ୍ତାହ ପାଳନର ଅବସରରେ ଚାରିଛକ ଅଂଶୁଲା ଠାରେ ବୌଦ୍ଧ ଜିଲ୍ଲା ସମବାୟ କର୍ମଚାରୀ ସଙ୍ଘ ପକ୍ଷରୁ 71 ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ବରଣ୍ୟ ଅତିଥି ମାନ ଙ୍କ ଦ୍ୱାରା ସେବା ସମବାୟ ସମିତି ସପ୍ତାହ ର ସପ୍ତରଙ୍ଗୀ ପତାକା ଉତୋଳନ କରାଯାଇଥିଲା l ପରେ ଅତୀତ ଗଣ ଙ୍କୁ ସ୍ୱାଗତ କରିବା ସହ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ଙ୍କ ଦ୍ୱରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା l

ପରେ ଏକ ସାଧାରଣ ସଭା ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାର ଙ୍କ ମୁଖ୍ୟ ସଚେତକ ବୌଦ୍ଧ ବିଧାୟକ ସରୋଜ ପ୍ରଧାନ, ଅନ୍ୟତମ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ, ଜିଲ୍ଲାପାଳ ସୁବ୍ରତ ପଣ୍ଡା, ବିସିସି ସଭାପତି ଅରୁଣ ପ୍ରଧାନ, ଏଆରସିଏସ ପାଣୁଚରଣ ସାହୁ, ବୌଦ୍ଧ ବି.ଆର.ସି.ଏସ ହାଡ଼ିବନ୍ଧୁ ମହାକୁଡ଼, ଯୋଗ ଦେଇ ଚାଷୀଙ୍କ ପାଇଁ ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ଉପରେ ମତବ୍ୟକ୍ତ ରଖିବା ସହ କୌଣସି ଚାଷୀ ସରକାରୀ ଯୋଜନା ରୁ ବଞ୍ଚିତ ନହୁଏ ଏଥିପାଇଁ ସମସ୍ତ ସମିତି ଚାଷୀ ଭାଇଙ୍କ ପାଇଁ ସଠିକ ଭାବେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ !ଅନ୍ୟ ପଟେ ପ୍ରତ୍ୟେକ ସମବାୟ ସମିତି ର ସମ୍ପାଦକ ମାନଙ୍କ କ୍ୟାଡର ବୃଦ୍ଧି ଜିଲ୍ଲା ସମବାୟ କର୍ମଚାରୀ ସଙ୍ଘ ପକ୍ଷରୁ ପୂର୍ବରୁ ଦାବି ହୋଇଥିବା ବେଳେ ସମ୍ପାଦକ ମାନଙ୍କ ଉକ୍ତ ସମସ୍ୟା କୁନେଇ ଓଡିଶା ସରକାର ଙ୍କ ପାଖରେ ଉପସ୍ଥାପନା କରିବା ପାଇଁ ମୁଖ୍ୟ ସଚେତକ ସଭାରେ ମତ ରଖିଥିଲେ l

ସେପଟେ ସଭାରେ ରାଜ୍ୟ ସରକାରଙ୍କ ଏପରିକି ଚଳିତ ବର୍ଷ କିପରି ଚାଷୀ ଙ୍କ ଠାରୁ ସହଜ ସୁବିଧା ରେ ସରକାର ଙ୍କ ଉଚିତ ମୂଲ୍ୟ ରେ ଧାନ କ୍ରୟ କରିବା ପାଇଁ ମତ ବ୍ୟକ୍ତ ରଖିଥିଲେ ! କର୍ମଚାରୀ ସଙ୍ଘର ସମ୍ପାଦକ ସଞ୍ଜିବ କୁମାର ପ୍ରଧାନ ସମ୍ପାଦକିୟ ବିବରଣୀ ପଠନ କରିଥିଲେ l କାର୍ଯ୍ୟକ୍ରମ କୁ ଚନ୍ଦ୍ରକାନ୍ତ ନାୟକ ପରିଚାଳନା କରିଥିବା ବେଳେ ବୌଦ୍ଧ ଜିଲ୍ଲା ସମବାୟ କର୍ମଚାରୀ ସଙ୍ଘର ସଭାପତି ସତ୍ୟଜିତ କର ଙ୍କ ସମେତ ବିଭିନ୍ନ ସେବା ସମବାୟ ସମିତି ର ସମ୍ପାଦକ ଅନନ୍ୟ କର୍ମଚାରୀ, ଓ ଚାଷୀ ଭାଇ ମାନେ ଉପସ୍ଥିତ ଥିଲେ l ସମବାୟ ସପ୍ତାହ ପାଳନ ଅବସରରେ ସମ୍ବଲପୁରୀ ପଞ୍ଚରଷି ନୃତ୍ୟଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ଅଥିତି ଓ ଉପସ୍ଥିତ ସଦସ୍ୟ ଙ୍କ ମନମୋହିଥିଲା l ଶେଷରେ ପୁରୁଣା କଟକ ସେବା ସମବାୟ ସମିତି ଲିଃ ର ସମ୍ପାଦକ ପ୍ରଦୀପ ଅମାତ ଧନ୍ୟବାଦ ଅର୍ପଣ କରିଥିଲେ l