ହରଭଙ୍ଗା ୭/୮ (ଚିତ୍ତ ରଞ୍ଜନ ସିଂ )ସାରା ରାଜ୍ୟରେ ଗତ ତିନି ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି। ତେବେ ସବୁଠୁ ଅଧିକ ବର୍ଷା ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳ ରେ ହେଉଥିବା ଦେଖିବାକୁ ମିଳିଛି।ଏହି ଲଘୁଚାପ ଜନିତ ଲଗାଣ ବର୍ଷା ରେ ହରଭଙ୍ଗା ଅଞ୍ଚଳ ର ଅନେକ କ୍ଷୟ କ୍ଷତି ହୋଇଥିବା ସୂଚନା ମଧ୍ୟ ମିଳିଛି।

ସୂଚନା ମତେ ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଭାଲିଆଗୁଡ଼ା ଗ୍ରାମର ବିଳାସ ମାଝୀ ଓ ସାଇଁତା ନାୟକ ଙ୍କ ଚାଳ ଛପର ମାଟି ଘର ଟି ମଙ୍ଗଳବାର ଦିନ ଏହି ଲଗାଣ ବର୍ଷା ରେ ଭାଙ୍ଗିଯାଇଛି।ଘର ଭିତରେ ଯାହା ସବୁ ଜିନିଷ ପତ୍ର ଥିଲା ସେ ଗୁଡ଼ିକ ମଧ୍ୟ ସମ୍ପୂର୍ଣ ନଷ୍ଟ ହୋଇଯାଇଛି। କିନ୍ତୁ ଦୁଃଖର ବିଷୟ ଏ ପର୍ଯ୍ୟନ୍ତ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ତାଙ୍କ ପାଖରେ ପହଞ୍ଚି ନ ଥିବା କଥା ସାଧାରଣ ରେ ଚର୍ଚ୍ଚା ହେଉଛି।

ବିଳାସ ମାଝୀ ଓ ସାଇଁତା ନାୟକ ଦୁଇଜଣ ଅତି ଗରିବ ଶ୍ରେଣୀ ର ହୋଇଥିଲେ ମଧ୍ୟ ତାଙ୍କୁ ଆବାସ ଯୋଜନା ଟିଏ ମିଳିପାରିନାହିଁ। ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ତୁରନ୍ତ ଏହି ଅସହାୟ ଦୁଇ ପରିବାର କୁ ଯଥାଶୀଘ୍ର ସାହାଯ୍ୟ ଯୋଗେଇଦେବା ସହିତ ଆବାସ ଯୋଜନା ରେ ସାମିଲ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।