
ଧର୍ମଗଡ:୨୭/୬( ହେମନ୍ତ କୁମାର ମାଝୀ)ଧର୍ମଗଡ ର ନବ ନିର୍ବାଚିତ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଷୀ ଙ୍କୁ ଆଜି ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଛି ।
ଏନ୍ଏସି କାର୍ଯ୍ୟାଳୟ ପରିସର ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ଅଶୋକ ମହାନ୍ତି ସଭାପତିତ୍ବ କରିଥିବା ବେଳେ ଉପାଧ୍ୟକ୍ଷା ଶ୍ରୀମତୀ ମନିଷା ମିଶ୍ର, ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା, ଜଗନ୍ନାଥ ସେବା ସମିତି ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ସମେତ ବିଭିନ୍ନ ୱାର୍ଡ ର ପାରିଷଦ ମାନେ ଉପସ୍ଥିତ ରହି ବିଧାୟକ ଙ୍କୁ ପୁଷ୍ପ ଗୁଛ, ଉପଢୌକନ ଓ ସ୍ମୃତି ଚିହ୍ନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଏହି ଅବସର ରେ ବିଧାୟକ ଶ୍ରୀ ପଟ୍ଟଯୋଷୀ ସମବେତ ଜନତା ଙ୍କୁ ଉଦବୋଧନ ଦେଇ ଧର୍ମଗଡ ଏନଏସି ର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତେ ନିଷ୍ଠା ର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ । ଏନ୍ ଏସି ଅଞ୍ଚଳ ର ୩୦ଜଣ ହିତାଧୀକାରୀ ଙ୍କୁ ବିଧାୟକ ଭତ୍ତା ବଣ୍ଟନ କରି ଥିଲେ । କାର୍ଯ୍ୟକ୍ରମ କୁ ରବିନ୍ଦ୍ର ପରିଡା ପରିଚାଳନା କରି ଥିଲେ ।