ସମ୍ବଲପୁର : ୧୯/୦୪(ରମାକାନ୍ତ ବିଶ୍ୱାଳ)ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଗସ୍ତରେ ବିଜେଡ଼ି ରାଜ୍ୟ ସାଂଗଠାନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରବଣ ପ୍ରକାଶ ଦାସ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ପ୍ରଥମେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଲବ ଠାରେ ମାଁ ସମଲେଶ୍ଵରୀଙ୍କ ମନ୍ଦିର କୁ ଯାଇ ମାଁ ଙ୍କ ଦର୍ଶନ କରିଥିଲେ।

ପରେ ଖିଣ୍ଡା ଗ୍ରାମକୁ ଯାଇ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବୀର ସୁରେନ୍ଦ୍ର ସାଏଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷାତ କରିଛନ୍ତି। ଏଥିସହ ରେଙ୍ଗାଲି ଦୁର୍ଗା ମନ୍ଦିରକୁ ଯାଇ ମାଁ ଙ୍କ ମନ୍ଦିର ରେ ପୁଜାର୍ଚ୍ଚନା କରି ଆଶିର୍ବାଦ ନେବା ସହ ରେଙ୍ଗାଲି ଧର୍ମଶାଳା ଠାରେ ମାରୱାଡ଼ି ସମାଜ , ରେଙ୍ଗାଲି ବରିଷ୍ଠ ନାଗରିକ ଓ ସାମ୍ବାଦିକଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲ।

ପରେ ଗୁମଲେଇ ଫରେଷ୍ଟ ଅଫିସ୍ ଛକ ଓ ଠେମରା ଅଶ୍ଵିନୀ ଫାର୍ମ ଠାରେ ଅନୁଷ୍ଠିତ ଜନସମ୍ପର୍କ କାର୍ଯ୍ୟକ୍ରମର ସାଧାରଣ ସଭାରେ ଶ୍ରୀଯୁକ୍ତ ପ୍ରବଣ ପ୍ରକାଶ ଦାସ ,ରେଙ୍ଗାଲି ବିଧାୟକ ପ୍ରାଥି ସୁଦର୍ଶନ ହରିପାଲଙ୍କ ସହ ଯୋଗଦେଇଥିଲେ।ଏଥିସହ ଠେମରା ଅଲେଖ ମହିମା ମଠ , ଠେମରା ରାମଚଣ୍ଡୀ ମନ୍ଦିର ଓ ଘଣ୍ଟେଶ୍ଵରୀ ମନ୍ଦିର କୁ ଯାଇ ଦର୍ଶନ ମଧ୍ୟ କରିଥିଲେ।

ଏହି ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ବିଶାଳ ଦାସ, ରେଙ୍ଗାଲି ବ୍ଳକ ଅଧ୍ୟକ୍ଷ ସତ୍ୟ ନାରାୟଣ ଅଗ୍ରୱାଲ,ବରିଷ୍ଠ ବିଜେଡି ନେତା ଦେଵେନ ପତି,ଏମବି ସତ୍ୟନ, ପୁର୍ବତନ ବିଧାୟକ ରମେଶ ପଟୁଆ, ରେଙ୍ଗାଲି ବ୍ଳକ ବିଜେଡି ସଭାପତି ଅଶୋକ କୁମାର ଗୁରୁ, ମହେନ୍ଦ୍ର ଓରାମ, ଯିତେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ସମେତ ରେଙ୍ଗାଲି ବିଧାନସଭାର ବହୁ ବରିଷ୍ଠ ବିଜେଡି ପଦାଧିକାରୀ ମାନେ ଉପସ୍ଥିତ ଥିଲେ।