କାଶୀପୁର ; (ଅଞ୍ଜନ କୁମାର ନାଏକ)ଅନେକ ବାଦ ବିବାଦ ର ଅନ୍ତ ଘଟିଲା ପରି ଏକମଞ୍ଚରେ ସମସ୍ତ ବିଜେଡି ନେତା।ରାୟଗଡା ବିଧାନସଭା ଆସନକୁ ନେଇଁ କାଶୀପୁର ଠାରେ ଜିଲ୍ଲା ବିଜେଡି ଦଳ ପକ୍ଷରୁ ଏକ ବିଶାଳ କର୍ମୀ ସମ୍ବିଳନୀ ର ଆୟୋଜନ ହୋଇଥିଲା।ପାଞ୍ଚବର୍ଷ ମଧ୍ୟରେ ରାୟଗଡା ବିଜେଡି ନେତା ତଥା ଦଳର ବହୁପରିଚିତ ବୋରିଷ୍ଠ ନେତା ମାନେ ଦଳୀୟ କାର୍ଯ୍ୟକ୍ରମ ହେଉ ବା କୌଣସି ଏକ ମଞ୍ଚରେ ଉପସ୍ଥିତ ଥିବା କ୍ଵଚିତ ମାତ୍ର।

ଚଳିତ ୨୦୨୪ ବିଧାନସଭା ନିର୍ବାଚନୀ ର ପ୍ରଥମ ପର୍ଯ୍ୟାୟର ବିଧାୟକ ପ୍ରାର୍ଥୀ ତାଲିକା ପାର୍ଟି ସୁପ୍ରିମ ଶ୍ରୀ ନବୀନ ପଟ୍ଟନାୟକଙ୍କ ଘଷଣା ପରେ ପରେ ରାୟଗଡା ଜିଲ୍ଲାରେ ବିଜେଡି ର ଅନେକ କାଉନସିଲାର ଓ କର୍ମୀଗଣ ଅଚାନକ ଦଳରୁ ଇସ୍ତଫା ଦେଇ ଦଳ ଛାଡ଼ିବାର ଘଟଣା ରାଜ୍ୟର ବିଭିନ୍ନ ଖବର କାଗଜ ଓ ଗଣମାଧ୍ୟମ ରେ ପ୍ରସାର ପ୍ରଚାର ହେବା ପରେ ଜିଲ୍ଲା ବିଜେଡି ରେ ଏକ ପ୍ରକାର ଛନକା ପଶି ଥିଲ।ସେ ଯାହାବି ହେଉ !ସୁପ୍ରିମୋଙ୍କ ଆଦେଶ ରେ ସବୁ ସମାଧାନର ବାଟ ଫିଟିଛି !ଚଳିତ ନିର୍ବାଚନୀ କିନ୍ତୁ ଜିଲ୍ଲାରେ ବିଜେଡି ପାଇଁ ସହଜ ହୋଇ ପାରେ !

କାରଣ ପ୍ରାୟ ଏକ ଦଶନ୍ଦୀ ପରେ କାଶୀପୁର ଠାରେ ଜିଲ୍ଲାର ସମସ୍ତ ବିଜେଡି ଦଳର ଆଗଧାଡିର ନେତାମାନେ ଏକ ମଞ୍ଚଆସୀନ ହୋଇ ଦଳୀୟ କର୍ମୀ ସମ୍ବିଳନୀରେ ସରକାରଙ୍କ ବିଭିନ୍ନ ଉପଲବ୍ଧି ବଖାଣି ଥିଲେ। ଏବଂ ରାୟଗଡା ବିଧାୟିକା ପ୍ରାର୍ଥୀନୀ ଅନୁସୟା ମାଝୀ ଓ କରାପୁଟ ଲୋକସଭା ପ୍ରାର୍ଥୀନୀ କୌଶଲ୍ୟା ହିକକାଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ବିଜୟି କରିବାକୁ ଦଳ ନିଶ୍ଚିନ୍ତ ହୋଇଛି କାରଣ ନବୀନ ସରକାର ଆସିବା ପରଠାରୁ କାଶୀପୁର ର ସର୍ବଗୀନ ଉନ୍ନତି ହୋଇଛି ଓ ମିଶସନ ଶକ୍ତି ଜରିଆରେ ମହିଳାଙ୍କ ଉନ୍ନତି ଘଟିଛି ତେଣୁ କାଶୀପୁର ମାଟିର ବିଧୟିକା ଓ ସଂସଦ ଦୁଇ ମହିଳା ପ୍ରାର୍ଥୀଙ୍କୁ ଦଳ ଅଧିକ ଗୁରୁତ୍ୱପୂର୍ଣ୍ଣ ଦେବ ବୋଲି ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ଅତ୍ୟୁନୁ ସବ୍ୟସାଚୀ ନାୟକ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମ ରେ ପୂର୍ବତନ ରାଜ୍ୟସଭା ସଭ୍ୟ ତଥା ଜିଲ୍ଲା ସଭାପତି ଏନ. ଭାସ୍କର ରାଓ, ରାଜ୍ୟ ଶାସକ ଦଳ ସମ୍ପାଦକ ଯୋଗଦୀଶ ପାତ୍ର, ଜିଲ୍ଲା ଆସେମ୍ ଲି ଇନଚାର୍ଜ କୃଷ୍ଣ ଚନ୍ଦ୍ର ମହାପାତ୍ର, ପୂର୍ବତନ ବିଧାୟକ ମାକୋରନ୍ଦ ମୁଦୁଲି, ପୂର୍ବତନ ବିଧାୟକ ଭିବିଷଣ ମାଝୀ, ବିନୋଦ ନାଏକ ଓ ପାତଡି ମାଝୀ ମଞ୍ଚସିନା ଥିଲେ। ପ୍ରାୟ ପାଞ୍ଚହଜର ରୁ ଉର୍ଦ୍ଧ ଲୋକେ ଉପସ୍ଥିତ ଥିଲେ।