ଧର୍ମଗଡ ୧୨/୦୪ (ହେମନ୍ତ କୁମାର ମାଝୀ)ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଧର୍ମଗଡ ପୋଲିସ ତରଫରୁ ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରିବା ପାଇଁ ଶୁକ୍ରବାର ସକାଳ ୧୦ ଟା ସମୟରେ ଫ୍ଲାଗ ମାର୍ଚ୍ଚ କରାଯାଇଛି।

ଥାନା ଅଧିକାରୀ ଦାମୋଦର ବିହାରୀ ଙ୍କ ତତ୍ୱାବଧାନରେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ବେହେରା, ଏସଆଇ ସନ୍ତୋଷ କୁମାର ସେଠୀଙ୍କ ସମେତ ପୋଲିସ କର୍ମଚାରୀ ଓ ଆଇଆରବିଏନ, ସିଆରପିଏଫ ଯବାନ ମାନେ ଧର୍ମଗଡ ଥାନା ଠାରୁ ଆରମ୍ଭ କରି ଧର୍ମଗଡ ର ବିଭିନ୍ନ ଛକ କୁ ଯାଇ ଆଇନ ଶୃଙ୍ଖଳା ବଜାୟ ରଖିବା, କୌଣସି ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ନ ହେବା ଏବଂ ନିର୍ବାଚନ ଆଚରଣ ଵିଧି ନିୟମ ଉଲଂଘନ ନ କରିବାକୁ ଜନସାଧାରଣଙ୍କୁ ସଚେତନ କରିଥିଲେ।