ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ହରଭଙ୍ଗା ଥାନା ପକ୍ଷରୁ ଦୁଇ ମୋବାଇଲ ଚୋର ଙ୍କୁ ଗିରଫ କରିଛି ପୋଲିସ l ସୂଚନା ମତେ ହୋଲିପର୍ବ ଦିନ ସନ୍ତୋଷ ମାଝୀ ନିଜ ବାଇକ ଡ଼ିକି ରେ ମୋବାଇଲ ତିନୋଟି ଓ ନଗଦ ୨୨୦୦  ଟଙ୍କା ରଖି ଥିବା ବେଳେ ଏହାର ସୁଯୋଗ ନେଇ ଦୁଇ ଚୋର ଶତ୍ରୁଘନ ମହାନନ୍ଦିଆ, ଭାଗିରଥି ବଘାର ଅନ୍ୟ ଏକ ଚାବି ରେ ଡ଼ିକି ଖୋଲି ମୋବାଇଲ ଓ ଟଙ୍କା ନେଇଯାଇଥିଲେ l

ଏନେଇ ସନ୍ତୋଷ ମାଝୀ ହରଭଙ୍ଗା ଥାନା ରେ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣା ର ତଦନ୍ତ ଜାରିରଖି କେଶ ନମ୍ବର ୩୪ /୨୪  ମାମଲା ରୁଜୁ କରି ଥିଲା ବୁଧବାର ଦିନ ଉଭୟ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି l