ଧର୍ମଗଡ଼: ୩୦/୩(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଓକିଲ ସଂଘ ନିର୍ବାଚନ ଆଜି ଶେଷ ହୋଇଛି। ଆଜି ସକାଳ ୧୦ ଘଣ୍ଟା ଠାରୁ ଅପରାହ୍ନ ୩ ଘଣ୍ଟା ପର୍ଯ୍ୟନ୍ତ କୋଟ ପରିସରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସଭାପତି ଭାବରେ ତୁଷାର ରଞ୍ଜନ ପାଟଯୋଷୀ, ଥଵିର ପ୍ରସାଦ ସାହୁ ସାଧାରଣ ସଂପାଦକ ଭାବରେ ନିର୍ବାଚିତ ହୋଇଛନ୍ତି।

ଉପସଭାପତି ଭାବରେ ଵିନୋଦ ଵିହାରୀ ନାଏକ, ସହ ସଂପାଦକ ଭାବରେ ଗଙ୍ଗା ଧର ମଙ୍ଗରାଜ,ଓ ସୁମନ୍ତ କୁମାର ପଣ୍ଡା କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଭବାନୀ ଚରଣ ଦାସ, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ସନ୍ତୋଷ କୁମାର ମେହେର, ପ୍ରେମ ଲାଲ ସାଗର, କୃପାସିନ୍ଧୁ ପଣ୍ଡା, ଲିଙ୍ଗରାଜ ଵେହେରା ଙ୍କୁ କାର୍ଯ୍ୟ ନିର୍ବାହୀ କମିଟି ର ସଦସ୍ୟ ଭାବେ ହୋଇଥିବା ଵେଳେ ନିର୍ବାହୀ ଅଧିକାରୀ ଭାବେ ମିହିର ରଞ୍ଜନ ପାଟଯୋଷୀ ନିର୍ବାଚନ ପରିଚାଳନା କରୁଥିଲେ।