କାଶୀପୁର : ( ଅଞ୍ଜନ କୁମାର ନାଏକ)ଆଗାମୀ ସାଧାରଣ ନିର୍ବାଚନ ରେ କେନ୍ଦ୍ର ଶାସିତ ବିଜେପି ଦଳ କୁ ମାତ ଦେବାକୁ ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ” କଂଗ୍ରେସ ର ଗ୍ୟାରେଣ୍ଟି ” ଇସ୍ତହାର କାର୍ଯ୍ୟକ୍ରମ କାଶୀପୁର ଠାରେ ଅନୁଷ୍ଠିତ ହେଇଯାଇଛି।

କାର୍ଯ୍ୟକ୍ରମ ରେ କାଶୀପୁର ବ୍ଲକ ଅନ୍ତର୍ଗତ ୨୪ ଟି ଗ୍ରାମ ପଞ୍ଚାୟତ ର ବ୍ଲକ ସଭାପତି ଏବଂ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। ବ୍ଲକ ସଭାପତି ଅଙ୍ଗଦ ନାଏକ, ଜିଲ୍ଲା ଯୁବ ସଭାପତି ଜସେଫ ଖସଲା, ଅନୁସୂଚିତ ଜାତି ଜିଲ୍ଲା ସଭାପତି ରାଜେନ୍ଦ୍ର ଦୁରିଆ, ଜିଲ୍ଲା ମହିଳା ସଭାନେତ୍ରୀ ଅମ୍ବିକା ମାଝି, ଜିଲ୍ଲା ସମ୍ପାଦକ ସାନ୍ଧୁ ଚରଣ ମାଝି ପ୍ରମୁଖ ମଞ୍ଚସିନ ଥିଲେ ।

ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରସ୍ତୁତ”କଂଗ୍ରେସ ଗ୍ୟାରେଣ୍ଟି “୧୦ଟି ଇସ୍ତାହାର ଦାବିକୁ କୁ ଉପସ୍ଥିତ କଂଗ୍ରେସ କର୍ମୀ ମାନଙ୍କୁ ନେଇ ପ୍ରାଞ୍ଜଳ ଭାବେ ନେତୃବୃନ୍ଦ ମାନେ ବୁଝେଇଥିଲେ ଏବଂ ସମସ୍ତ ଦାବି କୁ କାର୍ଯ୍ୟକାରୀ କରିବ ବୋଲି ପ୍ରକାଶ କରିଥିଲେ।ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଦ୍ୱାରା କରାଯାଉଥିବା ଭ୍ରଷ୍ଟାଚାର, ଦୁର୍ନୀତି ର ପ୍ରତ୍ସାହନ ବିଷୟ ସବୁ ଲୋକଲୋଚନକୁ ଆଣିବେ ପୁଣି କଂଗ୍ରେସ ଅମଳ ରେ ଯେଉଁ ଶିକ୍ଷା, ଚିକିତ୍ସା, ଓ ଉଦ୍ୟଗ ପ୍ରତିଷ୍ଠାନ ତଥା ଦେଶର ପ୍ରଗତି ହେଇଥିଲା ତାହାକୁ ଚଳିତ ସରକାର ୧୦ ବର୍ଷ ରେ ଉକ୍ତ ପ୍ରଗତି କୁ ଧରାଶାୟୀ କରିଦେଇଥିବା ବେଳେ ଦେଶ କୁ ଋଣଭାର ରେ ଡୁବେଇ ଦେଇଥିବା ବିଷୟ କୁ ଭୋଟଦାତା ବୁଝେଇବାକୁ ଅନୁରୋଧ କରିଥିବା ଦେଖିବାକୁ ମିଳିଥିଲା ।

କାର୍ଯ୍ୟକ୍ରମ ରେ ବ୍ଳକ ଛାତ୍ର କଂଗ୍ରେସ ସଭାପତି ମଣ୍ଟୁ ସାହୁ, ଜିଲ୍ଲା ସହସମ୍ପାଦକ ଜିଜୁରୁ ମାଝି ,ଅନୁସୂଚିତ ଜାତି ବ୍ଲକ ସଭାପତି କାର୍ତିକ ନାଏକ, ବ୍ଳକ ମହିଳା ସଭାନେତ୍ରୀ ଗୌରୀ ନାଏକ, ବ୍ଲକ ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଭାପତି ପୁରନ୍ଦର ସିଂ ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।