ହରଭଙ୍ଗା (ଚିତ୍ତରଞ୍ଜନସିଂ): ଛତ୍ରଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭଳିଆଗୁଡା ଠାରେ ୯ ନମ୍ବର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି | ବ୍ଲକ କଂଗ୍ରେସ ସଭାପତି ପଙ୍କଜ କୁମାର କର୍ଣ୍ଣ ଙ୍କ ସଭାପତିତ୍ବ ରେ ଆଜିର ଏହି ବୈଠକରେ ହରଭଙ୍ଗା , କୁସଙ୍ଗ, ମହାଲ୍ଲିକ ପଡ଼ା, ଛତ୍ରଙ୍ଗ ଏବଂ ସଂକୁଳଇ ଗ୍ରାମପଞ୍ଚାୟତ ର ପ୍ରତ୍ୟେକ ବୁଥ ସ୍ତରୀୟ କର୍ମକର୍ତ୍ତା ଯୋଗଦେଇ ଥିଲେ |

ଏହି ବୈଠକ ରେ ପ୍ରଦେଶ କଂଗ୍ରେସ ଦ୍ୱାରା ପ୍ରକାଶ କାରାଯାଇ ଥିବା ୯ ଦଫା ସମ୍ବଳିତ ଇସ୍ତାହାର ପତ୍ର ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଅବସରପ୍ରାପ୍ତ କୃଷି ଅଧିକାରୀ ପ୍ରଦ୍ୟୁମ୍ନ ଦାସ କଂଗ୍ରେସ ସଦ୍ୟ ପ୍ରକାଶିତ ଇସ୍ତାହାର ସମ୍ପର୍କରେ ଉପସ୍ଥିତ ଥିବା କର୍ମୀଙ୍କୁ ବୁଝାଇ ଥିଲେ | ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନବ କୁମାର ମିଶ୍ର ସଭାରେ ଉପସ୍ଥିତ ରହି ବିଜେଡ଼ି ବିଜେପି ଦଳର ଭାଗୁଆଳି ସରକାର ସମସ୍ତ ଦିଗରୁ ବିଫଳ ହୋଇଛନ୍ତି , ଏହି ସରକାର ଗରିବ, ଚାଷୀ, ଖଟିଖିଆ ମାନଙ୍କୁ ଜି ଏସ ଟି ଲଗାଇ ଲୁଟି ଖାଇବାରେ ଲାଗିଛନ୍ତି ଏବଂ ତାମିଲନାଡୁ ର ଜଣେ ସରକାରୀ କର୍ମଚାରୀ କୁ ରାଜ୍ୟ ବିଜେଡ଼ି ଦଳର ମୁଖ୍ୟ କରି ତାଙ୍କ ଜରିଆରେ ଶାସନ ଚଳାଇବା ସହ ସମସ୍ତ ଠିକା ସଂସ୍ଥା ତାମିଲନାଡୁ ର ଠିକାଦାର ମାନଙ୍କୁ ଦେବାରେ ଲାଗିଛନ୍ତି ,

ଆମ ଜିଲ୍ଲାରେ କାର୍ଯ୍ୟକାରୀ ହେଉ ଥିବା ମେଗା ଜଳ ଯୋଗାଣ ପ୍ରୋଜେକ୍ଟ ଠାରୁ ଆରମ୍ଭ କରି ପାନୀୟ ଜଳ ଯୋଗାଇବା ବାହାନାରେ କେବେଳ ତାମିଲନାଡୁ ର ସମସ୍ତ ଠିକାଦାର ମାନଙ୍କୁପ୍ରଦାନ କରୁଛନ୍ତି ଏବଂ ସେମାନଙ୍କ ଠାରୁ ମୋଟା ଅଙ୍କର ଲାଞ୍ଚ ଏହି ବିଜେଡ଼ି ସରକାର ଖାଇବାରେ ଲାଗିଛି , ଏହିପରି ଗରିବ ଜନତାଙ୍କ ପାଇଁ ଉଦିଷ୍ଟ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏପଟ ସେପଟ କରି ପ୍ରକୃତ ହିତାଧିକାରୀଙ୍କୁ ଘର ଖଣ୍ଡେ ଦିଆ ଯାଉ ନ ଥିବା ବେଳେ ଲାଞ୍ଚ ଦେଇ ପାରୁ ଥିବା ମୁଷ୍ଟିମେୟ ବ୍ୟକ୍ତିଙ୍କୁ ଗରିବ ଜନତାଙ୍କ ପାଇଁ ଉଦିଷ୍ଟ ଯୋଜନା କୁ ବିକ୍ରି କରିବାରେ ଲାଗିଛନ୍ତି , ସେହିପରି ଏମ ଜି ଏନ ଆର ଜି ଏସ ଯାହାକି କଂଗ୍ରେସ ସରକାର ଅମଳରେ ଏକ ଆଇନ ତିଆରି କରି ଗରିବ ମାନଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବା ତିଆରି ହୋଇଥିଲା କିନ୍ତୁ ଆଜି ଏହି ବିଜେଡ଼ି ସରକାର ଦିନ ଦ୍ୱିପ୍ରହରେ ଏହାକୁ ହରିଲୁଟ କରିବାରେ ଲାଗିଛି ତେଣୁ ଆପଣ ମାନେ ଏଥର କାହାରି କଥାରେ ନ ପଡ଼ି କଂଗ୍ରେସ ଦଳର ହାତ ଚିହ୍ନରେ ଭୋଟ ଦେଇ ଆମର ଦାବିକୁ ହାସଲ କରିବା ବୋଲି ଶ୍ରୀଯୁକ୍ତ ମିଶ୍ର ତାଙ୍କ ସଂକ୍ଷିପ୍ତ ଭାଷଣରେ କହିଥିଲେ |

ବଳରାମ ପ୍ରଧାନ, ରଂଜିତ ପାତ୍ର, ଚିତ୍ରସେନ ମଲ୍ଲିକ ଏବଂ ସୁବଳ ମଲ୍ଲିକ ପ୍ରମୁଖ ତାଙ୍କର ସୁଚିନ୍ତିତ ମତାମତ ଉପସ୍ଥାପନା କରି ଥିଲେ | ଜିଲ୍ଲା କଂଗ୍ରେସ ଉପ ସଭାପତି ସମରେଶ ମିଶ୍ର ସଭା ପରିଚାଳନା କରି ଥିବା ବେଳେ ବ୍ଲକ କଂଗ୍ରେସ ଉପସଭାପତି ରମା କାନ୍ତ ଭୋକ୍ତା ଧନ୍ୟବାଦ ପ୍ରଦାନ କରିଥିଲେ | ଆଜିର ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଗଣେଶ ଲୌରିଆ , ରମା କାନ୍ତ ବେହେରା, ବିଷ୍ଣୁ ଚରଣ ବେହେରା, ଚୈତନ୍ୟ ମାଝୀ ପ୍ରମୁଖ ଆପ୍ରାଣ ଉଦ୍ୟମ କରି ସଭାକୁ ସଫଳତା ପ୍ରଦାନ କରି ଥିଲେ |