ଢେଙ୍କାନାଳ( ଶୁଭମ ପାଣି )ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଓଡ଼ିଶା କଂଗ୍ରେସର ଇସ୍ତାହାର ପ୍ରକାଶ ପାଇଛି ଯେଉଁଥିରେ କଂଗ୍ରେସ ସରକାର ଗଠନ କଲେ ୯ ଟି କାର୍ଯ୍ୟକ୍ରମ ତୁରନ୍ତ ଲାଗୁ କରିବା ନିମନ୍ତେ ଗ୍ୟାରେଂଟି ପ୍ରଦାନ କରିଛି ଓ ୬ଟି ଜନକଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିବାର ପ୍ରତିଶ୍ରୁତି ଦେଇଛି  । ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନିଦେ୍ର୍ଦଶ କ୍ରମେ ଏହି ଗ୍ୟାରେଂଟି ସମୂହକୁ ଜନସାଧାରଣଙ୍କ ନିକଟରେ ପହଁଚାଇବା ପାଇଁ ଆଜି ଓଡ଼ିଶାର ସବୁ ଜିଲ୍ଲାରେ ଏକ ସଙ୍ଗରେ ସାମ୍ବାଦିକ ସମ୍ମିଳନୀର ଅୟୋଜନ କରାଯାଇଛି  ।

ଏହି କ୍ରମରେ ଢେଙ୍କାନାଳ ଜିଲ୍ଲା ସଭାପତି ସୁନୀଲ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗାନ୍ଧୀ ମନ୍ଦିରଠାରେ ଏହା ଆୟୋଜିତ ହୋଇଥିଲା ଯେଉଁଥିରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ପଟ୍ଟନାୟକ ପିସିସି ତରଫରୁ ପ୍ରତିନିଧିତ୍ୱ କରିଥିଲେ  । ସଭାରମ୍ଭରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କର ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା  । ଏହାପରେ ଶହୀଦ ଭଗତସିଂଙ୍କର ପୂଣ୍ୟ ତିଥିରେ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା  । ଜିଲ୍ଲା କଂଗ୍ରେସର ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡାକ୍ତର ତୁଷାର କାନ୍ତି ନାୟକ କଂଗ୍ରେସର ୯ଟି ଗ୍ୟାରେଂଟି ଏବଂ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବୋଧିତ କରିଥିଲେ  ।

ସେଗୁଡିକ ହେଉଛି  “ଗୃହ ଜ୍ୟୋତି” ଯୋଜନା ଯେଉଁଥିରେ ୨୦୦ ୟୁନିଟ୍ ବିଜୁଳି ଦେୟ ଛାଡ ; “ଯୁବ ବିକାଶ’ ଯୋଜନାରେ ୫ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା, ବେକାରୀ ଭତା ମାସକୁ ୩ ହଜାର ଟଙ୍କା ; “କୃଷକ ବନ୍ଧୁ’ ଯୋଜନାରେ ୍େୱାନସ୍ ସହିତ ଧାନର ମୂଲ୍ୟ କ୍ୱିଂଟାଲ୍ ପ୍ରତି ୩ହଜାର ଟଙ୍କା, କୃଷକ ପାଇଁ ମାସିକ ପେନସନ ୨ ହଜାର ଟଙ୍କା ; “ଗୃହ ଲକ୍ଷ୍ମୀ’ ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ୍ ଋଣ ଛାଡ଼ , ମହିଳାଙ୍କୁ ମାସିକ ଭତା ୨ହଜାର ଟଙ୍କା ଏବଂ ଆଦିବାସୀ ଓ ଦଳିତ ମହିଳାମାନଙ୍କୁ ମାସିକ ଭତା ୩ହଜାର ଟଙ୍କା, ରୋଷେଇ ଗ୍ୟାସ୍ ସିଲିଣ୍ଡର୍ ୫୦୦ ଟଙ୍କାରେ ଦିଆଯିବ  ।

ଏତଦ୍ ବ୍ୟତୀତ ବିଭିନ୍ନ “ଜନ କଲ୍ୟାଣ ଯୋଜନା” ରେ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଯୋଜନାରେ ମାଗଣା ଚିିିକିତ୍ସା ବ୍ୟବସ୍ଥା, ବାର୍ଦ୍ଧକ୍ୟ ଭତା, ବିଧବା ଭତା, ଦିବ୍ୟାଙ୍ଗ ଭତା ମାସିକ ୨ହଜାର ଟଙ୍କା, ଚିଟ୍ ଫଣ୍ଡ୍ ପ୍ରଭାବିତ ଜମାକାରୀ ମାନଙ୍କୁ ୬ମାସ ମଧ୍ୟରେ ସୁଧ ସହ ଜମାରାଶି ଫେରସ୍ତ , ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା, ଆଦିବାସୀ ଓ ଦଳିତଙ୍କର ନିଜ ଜମି ଓ ଜଙ୍ଗଲ ଜମି ଉପରେ ସମ୍ପୁର୍ଣ୍ଣ ଅଧିକାର, ୧୦୦ ଦିନ ମଧ୍ୟରେ “ପେସା ଆଇନ’ କୁ କଡାକଡି ଭାବରେ ଲାଗୁ କରାଯିବାର ପ୍ରତିଶ୍ରୁତି ଅନ୍ତର୍ଭୁକ୍ତ  ।

ଶ୍ରୀ ଜଗନ୍ନାଥ ପଟ୍ଟନାୟକ ମିଡିଆ ତରଫରୁ ବିଭିନ୍ନ ପ୍ରଶ୍ନର ଉତର ରଖିବା ସହିତ କଂଗ୍ରେସ ସବୁସମୟରେ ତା’ର ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିଥାଏ, ମାତ୍ର କେନ୍ଦ୍ରର ମୋଦି ସରକାର ଅବା ରାଜ୍ୟର ନବୀନ ସରକାର ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଛନ୍ତି ବୋଲି ଦର୍ଶାଇଥିଲେ  । ଦଳପକ୍ଷରୁ କୁହାଯାଇଛି ଯେ ଏହି ଗ୍ୟାରେଂଟି ଏବଂ ଜନ କଲ୍ୟାଣକାରୀ ଯୋଜନା ନିଶ୍ଚିତ ରୁପେ ଓଡ଼ିଶାବାସୀଙ୍କ ଦ୍ୱାରା ଆଦୃତ ହେବ ଏବଂ ସେମାନେ କଂଗ୍ରେସକୁ ବିପୁଳ ପରିମାଣର ସମର୍ଥନ ପ୍ରଦାନ କରି କ୍ଷମତାସୀନ କରିବେ । ଆଗାମୀ ଦିନରେ ଏହି ଇସ୍ତାହାର ସମ୍ପର୍କରେ ବହୁଳ ଭାବରେ ସହରଠାରୁ ଗ୍ରାମାଂଚଳ ଓ ଆଦିବାସୀ ଇଲାକାରେ ପ୍ରଚାର କରାଯିବ  ।

ଏହି ଅବସରରେ ନୂତନ ଭାବେ ପିସିସି ସାଧାରଣ ସଂପାଦକ ଆଦିତ୍ୟ ମହାପାତ୍ର ଏବଂ  ରାଜ୍ୟ ଓବିସି ସେଲ୍ର ସାଧାରଣ ସଂପାଦକ ଭାବେ ନିଶାକର ସାହୁ ନିଯୁକ୍ତି ପାଇଥିବାରୁ  ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ତାଙ୍କୁ ସମ୍ମାନିତ କରିଥିଲେ  । ଆଜିର ଏହି ସମ୍ମିଳନୀରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହିତ କଂଗ୍ରେସର ଜିଲ୍ଲା ତଥା ରାଜ୍ୟସ୍ତରୀୟ ବରିଷ୍ଠ ନେତୃବୃନ୍ଦ ରବିନାରାୟଣ ମହାନ୍ତି, ପ୍ରେମ ଶଙ୍କର ମିଶ୍ର, ସୁଭାଷିନୀ ମହାକୁଡ଼, ଆଦିତ୍ୟ ମହାପାତ୍ର, ନିଶାକର ସାହୁ , ସମରେନ୍ଦ୍ର ନନ୍ଦ, ରୁଦ୍ର ପ୍ରକାଶ ଶରଣ, ବିପ୍ରବର ସାହୁ , ଅମ୍ଳାନ ଖଟୁଆ, ଆଶୁତୋଷ ସ୍ୱାଇଁ, ପ୍ରଦୀପ ମହାନ୍ତି, ପ୍ରତାପ ମହାନ୍ତି, ଫକିର ଚନ୍ଦ୍ର ସାହୁ, ବିଜୟ ସ୍ୱାଇଁ, ହୃଦୟାନନ୍ଦ ମହାନ୍ତି, ଶୁଭମ୍ ଦାସ୍ , ସରୋଜ ସତପଥି, କୈଳାସ ସେଠୀ, ପ୍ରମୁଖ ଉପସ୍ଥିତ ଥିଲେ  । ବରିଷ୍ଠ ନେତା ବେଣୁଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ  ।