ହରଭଙ୍ଗା(ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପରିସରକୁ  ଶୁକ୍ରବାର ସନ୍ଧ୍ୟା ରେ ଏକ କୁଟୁରା ନିକଟସ୍ତ ଜଙ୍ଗଲରୁ ଥାନା ପରିସରକୁ ଆସିଥିଲା । ଏନେଇ ପୋଲିସ କର୍ମଚାରୀ କୁଟୁରାକୁ ସୁରକ୍ଷିତ ଭାବେ ଏକ କୋଠରୀ  ରଖିବା ସହ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ବନବିଭାଗ ପକ୍ଷରୁ ଫରେଷ୍ଟର ବିଜୟାନନ୍ଦ ସାହୁ ଓ  ଗୋବର୍ଧନ ମେହେର ନେତୃତ୍ୱରେ ଏକ ଟିମ ଥାନାକୁ ଯାଇ ସୁରକ୍ଷିତ  ଭାବେ କୁଟୁରାଟିକୁ ଉଦ୍ଧାର କରିଥିଲେ ।

ପୁରୁଣାକଟକ ସ୍ଥିତ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରିବା ପରେ ପୁରୁଣାକଟକ ରେଞ୍ଜ କାର୍ଯ୍ୟାଳୟରେ କୁଟୁରାକୁ ବର୍ତମାନ ସୁରକ୍ଷିତ ଭାବେ ରଖା ଯାଇଛି । ଅଧିକାରୀ ଙ୍କ ଦ୍ୱାରା  ଚିକିତ୍ସା ରେ କୁଟୁରା ସୁସ୍ଥ ହେଲା ପରେ  ଜଙ୍ଗଲରେ ଛଡ଼ାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି l