ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ବୃନ୍ଦାବନ ଠାରେ ଶନିବାର ସାପ୍ତାହିକ ହାଟ ଶୁଭା ରମ୍ଭ ହୋଇଯାଇଛି l ଗାନ୍ଧିଦୂତ ଗଙ୍ଗାଧର ଦନ୍ତାଙ୍କ ଉଦ୍ୟମ କ୍ରମେ ଓ ଅରୁଣ ଡାଙ୍ଗ, ଗଙ୍ଗାଧର ମେହେର, ଅଲେଖ ଅଦର, ସଦା ଶିବ ପାତ୍ର, ବନ ରଣା ଙ୍କ ସହଯୋଗ କ୍ରମେ ଅପରାହ୍ନ ୩  ଘଣ୍ଟା ସମୟରେ ଗାନ୍ଧି ଦୂତ ଗଙ୍ଗାଧର ଦନ୍ତା ଶୁଭ ଉଦଘାଟନ କରିଥିଲେ l ଅଂଚଳର ଚାଷୀ, ମହିଳା ଗୋଷ୍ଟି, ବ୍ୟବସାୟୀ ମାନେ ଅଂଶ ଗ୍ରହଣ କରିଥିଲେ l

ଆସନ୍ତା ଦିନରେ ଅଂଚଳ ର ଚାଷୀ ମାନଙ୍କ ଉତ୍ପାଦିତ ଓ ମହିଳା ଗୋଷ୍ଠୀମାନଙ୍କ ପ୍ରକ୍ରିୟା କୃତ ଦ୍ରବ୍ୟର ବିକ୍ରିବଟା ହୋଇପାରିବ ବୋଲି ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ର ସମ୍ପାଦକ ତଥା ସାମାଜିକ କର୍ମୀ କୃତ୍ତିବାସ ପଲିଆ କହିଥିବାବେଳେ l ଆସନ୍ତା ଦିନରେ ସହଯୋଗ କରିବା ପାଇଁ ପଂଚାୟତ ଓ ଜିଲ୍ଲା ପ୍ରଶାସନ କୁ ଅନୁରୋଧ କରିଥିଲେ l ହାଟ ସ୍ଥାନ ଉନ୍ନତି କରଣ, ପାନୀୟ ଜଳ ବ୍ୟବସ୍ଥା, ଆଲୋକୀକରଣ ବ୍ୟବସ୍ତା କରାଗଲେ ଆସନ୍ତା ଦିନରେ ଏକ ଆଦର୍ଶ ହତ ହୋଇପାରିବ l