ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ )ସମଗ୍ର ରାଜ୍ୟରେ ରାଜ୍ୟ ସରକାର ଙ୍କ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସରକାରୀ ବେ ସରକାରୀ ସ୍ତରରେ ଚାଲୁ ରହିଥିବା ବେଳେ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ସଙ୍କୁଲେlଇ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ଶା କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯକ୍ରମ ର ମୁଖ୍ୟ ଅତିଥି ହରଭଙ୍ଗା ବ୍ଲକ ଏ ବି ଡି ଓ ସୁବାସ ଜାନୀ ଅନ୍ୟତମ ଅତିଥି w o ବିବେକା ନନ୍ଦ ମିଶ୍ର,ଏ ପି ଓ ହେମନ୍ତ ପ୍ରଧାନ, ସରପଞ୍ଚ ସସ୍ମିତା ଛନ୍ଦ,ସମିତି ସଭ୍ୟା ରଶ୍ମିତା ମହାକୁଡ଼,ପି ଇ ଓ ଜଗଦୀଶ ମଲିକ,ଯୋଗ ଦେଇ ବିଶେଷ କରି ଆମ ଓଡିଆ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ରାଜ୍ୟ ସରକାର ଙ୍କ ଲୋକlଭି ମୁଖି ଯୋଜନା ଗୁଡିକ କେମିତି ସିଧା ସଳଖ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁଛି ତାହା ଉପରେ ଆଲୋକ ପାତ କରିଥିଲେ l

ସୋୟଂ ସହାୟକ ମା ମାନଙ୍କୁ ବିନା ସୁଧରେ ଲୋନ , ବି ଏସ କେ ୟାଇ କାର୍ଡ ରେ ଲୋକ ଉପକୃତ ହେବା, ବୃଦ୍ଧ୍, ବୃଦ୍ଧା ମାନ ଙ୍କର ଙ୍କୁ ଭତ୍ତା ବୃଦ୍ଧି ସାଙ୍ଗକୁ 5t ମାଧ୍ୟମରେ ସମସ୍ତ ବିଦ୍ୟାଳୟ କୁ ରୁପାନ୍ତିକରଣ ଅନ୍ତର୍ଭୁକ୍ତ ଆଦି ଉପରେ ଆଲୋଚନା କରାଯାଇଥିଲା l କାର୍ଯ୍ୟକ୍ରମ ରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ଲୋକ ନୃତ୍ୟ ସହିତ ଶବର, ପତର ସଉରା, କୃଷ୍ଣ ଗୁରୁ ନାମ ଲୋକଙ୍କୁ ବେଶ୍ ଉତ୍ସାହିତ କରିଥିଲା l ରାଜ୍ୟ ସରକାର ସହର ଠୁ ଧରି ଗ୍ରାମlଞ୍ଚଳର ବିକାଶ ଦିଗରେ ଯେଉଁ ପଦକ୍ଷେପ ଓ ଯୋଜନା ପ୍ରଣୟନ କରିଛନ୍ତି ତାହା ସରକାରଙ୍କର ମହାନତା ବୋଲି ବ୍ଲକ୍ ପଦାଧିକରି ନିଜର ଅଭିଭାଷଣରେ ପ୍ରକାଶ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ସତ୍ୟବାଦୀ ଚାଉଳିଆ ମଞ୍ଚ ପରିଚାଳନା କରିଥିଲେ l