ହରଭଙ୍ଗା :  (ଚିତ୍ତ ରଞ୍ଜନ ସିଂ )ଆକାଉଣ୍ଟ ରେ କଳାକନା ବୁଲେଇଲେ ସାଇବର ଠକ । ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ । ହାତ ବାନ୍ଧି ବସିଛି ପୋଲିସ । ଜିଲ୍ଲାପାଳ ଙ୍କ ଦ୍ଵାରାସ୍ତ ହେଲେ ଅଭିଯୋଗକାରୀ । ଇଲେଟ୍ରିକ ବିଲ କଲେକ୍ସନ ବଏ କୁ ଅନଲାଇନ ରେ ଇଲେଟ୍ରିକ ବିଲ ଦେଉଛନ୍ତି କି ? ତେବେ ହୋଇଯାନ୍ତୁ ସାବଧାନ । ଦେଖୁ ଦେଖୁ ହୋଇଯିବ ଆପଣଙ୍କ ଆକାଉଣ୍ଟ ଖାଲି । ବିଲ ନେବା ନାଁ ରେ କରିଦେବେ ଆକାଉଣ୍ଟ ଖାଲି । ଏମିତି ଏକ ଅଭିଯୋଗ ଏବେ ବୌଦ୍ଧ ଜିଲ୍ଲା ଚାରିଛକ ଅଞ୍ଚଳ ରୁ ଆସିଛି । ପ୍ରଥମେ ତ ଆମକୁ ବିଶ୍ୱାସ ହେଉ ନଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଅଭିଯୋଗ ଶୁଣିବା ପରେ ଆମେ ବି ହୋଇଯାଇଥିଲୁ ଛାନିଆ । ଘଟଣା କିଛି ଏଭଳି ଥିଲା ।

ବୌଦ୍ଧ ଜିଲ୍ଲା ଚାରିଛକ ଅଞ୍ଚଳର ଅନାଦି ସାହୁ । ଚାରିଛକ ବଜାର ରେ ତାଙ୍କର ଏକ ଓଲଡିଂଙ୍କ ସପ ରହିଛି । ପ୍ରତିମାସ ଭଳି ଗତ ମାସ ର ବିଦ୍ୟୁତ ବିଲ ଇଲେଟ୍ରି ବିଲ ବଏ ଆସି ରିଡିଙ୍ଗ ନେଇ ବିଲ ଦେଲା । କିଛିଦିନ ପରେ ଆଉ ଜଣେ ଯୁବକ ନିଜକୁ ବିଲ କଲେକ୍ସନ ବଏ ର ପରିଚୟ ଦେଇ ବିଲ ପୈଠ ପାଇଁ ଦୋକାନ କୁ ଆସି ଅନାଦି ଙ୍କୁ କହିଲେ । ହାତରେ ବିଲ କଟା ମେସିନ ଦେଖି ଅନାଦି କହିଲେ ବର୍ତ୍ତମାନ ହାତରେ ଟଙ୍କା ନାହିଁ ତେଣୁ ଅନଲାଇନ ରେ UPI ପେମେଣ୍ଟ ଦେଇ ପାରିବି ନାହାଲେ ପରେ ଆସନ୍ତୁ ବୋଲି କହିଥିଲେ । କିନ୍ତୁ ଯୁବକ ଜଣକ UPI ଜରିଆରେ ୨୮୪ଟଙ୍କା ଅନାଦି ଙ୍କ ନିକଟରୁ ଗ୍ରହଣ କରିବା ସହ ମେସିନ ରୁ ରସିଦ ମଧ୍ୟ ପ୍ରଦାନ କରି ସେଠାରୁ ଚାଲି ଯାଇଥିଲେ ।

ଯୁବକ ଜଣକ ସେଠାରୁ ଯିବାର କିଛି ସମୟ ମଧ୍ୟରେ ଅନାଦି ଙ୍କ ଆକାଉଣ୍ଟ ରୁ ୫ହଜାର, ୫ହଜାର କରି ୪ଥର ମୋଟ ୨୦ହଜାର ଟଙ୍କା ଆକାଉଣ୍ଟ ରୁ ଉଠିଥିଲା । ଅଞ୍ଜଳି ନାମକ ଏକ ଆକାଉଣ୍ଟ ରେ ଜମା ହୋଇଥିଲା । ଏହା ଦେଖି ବ୍ୟବସାୟୀ ଜଣକ ବିଳମ୍ବ ନ କରି ପୁରୁଣାକଟକ ଥାନା ଓ ସାଇବର ସେଲ , ଇଲେଟ୍ରି ଅଫିସ ରେ ଏକ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ଓ ବିଦ୍ୟତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଆଜି ଆସି ସେ ଜିଲ୍ଲାପାଳ ଜନ ଅଭିଯୋଗ ଶୁଣାଣି ରେ ଅଭିଯୋଗ କରିଥିଲେ ।

ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ପରେ ପୋଲିସ ମାମଲା ର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି ଯାହା ସହଯୋଗ ଦରକାର ବିଦ୍ୟୁତ ବିଭାଗ କରିବ । ଯଥା ଶୀଘ୍ର ଦୋଷୀ ସମ୍ମାନା କୁ ଆସିବ ବୋଲି ବିଦ୍ୟୁତ ବିଭାଗର ଏସଟିଓ ଅମରେନ୍ଦ୍ର କୁମାର ସାହୁ କହିଛନ୍ତି । ଅନ୍ୟପଟେ ରେ ଆମେ ଏଭଳି ବିଲ ଆଦାୟ ରେ ଆସୁଥିବା ଯୁବକ ଙ୍କୁ ଅନଲାଇନ ପେମେଣ୍ଟ କରିବା ଟା କେତେ ସୁରକ୍ଷିତ ଏବେ ଏହା ଉପଭୋକ୍ତା ଙ୍କ ମଧ୍ୟରେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ଅନ୍ୟପଟେ ଏଭଳି ଘଟଣା ପ୍ରଥମ ନା ଆଗରୁ କାହା ସହ ଘଟିଛି ଯଦି ଘଟିଛି ତାର ମଧ୍ୟ ତଦନ୍ତ କରି ଦୋଷୀ କୁ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।