ଭୁବନେଶ୍ବର :(ପାୟଲ ରାଉତ )ଓଡ଼ିଶା ର ଅନ୍ୟତମ ସଂସ୍ଥା “ସୋ ଆମ ଆଇ ଫାଉଣ୍ଡେସନ “ର ବିଶ୍ବ ଖାଦ୍ଯ ଦିବସ ପାଳନ । ଏହାର ଉଦ୍ଦେଶ୍ୟ ଏହିକି ଦୁନିଆଁ ରେ କେହି ବି ଜଣେ ଭୋକିଲା ନ ରହୁ । ଏହି ପରିପେକ୍ଷୀ ରେ “କ୍ଷୁଧା ମୁକ୍ତ ଓଡିଶା” ପଦକ୍ଷେପ ଅନ୍ତର୍ଗତ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି ।

ଏହି “ୱାର୍ଲ୍ଡ ଫୁଡ୍ ଡେ” ପାଳନ ସମାରୋହରେ ଶ୍ରୀମତି ସୁଲୋଚାନା ଦାସ ମେୟର, ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ୍, ଶ୍ରୀ ସୌମ୍ୟେନ୍ଦ୍ର କୁମାର ପ୍ରିୟଦର୍ଶୀ, ଆଇପିଏସ୍ କମିଶନରେଟ୍ ପୋଲିସ୍, ଭୁବନେଶ୍ୱର ଏବଂ କଟକ, ଶ୍ରୀ ଦିଲ୍ଲୀପ ରାଉତରୀ, ଆଇଏଏସ୍, ନିର୍ଦ୍ଦେଶକ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଗୋଆ, ଡ: କେ ରାଉତ , ସହ ମହାନିର୍ଦ୍ଦେଶକ, ICAR, ରୋଟାରୀୟାଂନ ଅଜୟ ଅଗ୍ରୱାଲ ଅତୀତ ରୋଟାରୀ ରାଜ୍ୟପାଳ ତଥା ଶିଳ୍ପପତି, ଶ୍ରୀ ତନୁଜ ମହାନ୍ତି, ନିର୍ଦ୍ଦେଶକ, MGM ଗ୍ରୁପ୍ ଯୋଗ ଦେଇଥିଲେ ।

ଶ୍ରୀ ଦିଲ୍ଲୀପ ରାଉତରାୟ (ଆଇ.ଏ.ଏସ୍) ଡାଇରେକ୍ଟର ଅଫ ଓଡ଼ିଆ ଲାଙ୍ଗୁଏଜ୍ ଲିଟ୍ରେଚର ଙ୍କ ଉପସ୍ଥିତି ରେ ଭୁବନେଶ୍ବର ଉପକଣ୍ଠ ରଘୁନାଥପୁର ସ୍ଥିତ ଦଧିବାବନ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ରାଉତ ଙ୍କୁ ଆଦର୍ଶ କ୍ରୀଡ଼ା ଶିକ୍ଷକ ଓ ସମାଜସେବୀ ରୂପରେ ସମ୍ମାନୀତ କରାଯାଇଥିଲା।