ହରଭଙ୍ଗା 24/5(ଚିତ୍ତ ରଞ୍ଜନ ସିଂ)ରାଜ୍ୟ ପୂର୍ତ୍ତ ବିଭାଗ କନ୍ଧମାଳ ସର୍କଲ ର ମୁଖ୍ୟ ଯନ୍ତ୍ରୀ ଇଂ ପ୍ରଭାତ କୁମାର ଦାସ ଆଜି ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ବୌଦ୍ଧ ଜିଲ୍ଲା ପୂର୍ତ୍ତ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପ ଯଥା 13 କୋଟି ବ୍ୟୟ ରେ ଫୁଲବାଣୀ -ଟିକରପଡ଼ା ରାସ୍ତା, 2 କୋଟି ବ୍ୟୟ ଅଟକଳ ରେ ହରଭଙ୍ଗା -ଛତ୍ରଙ୍ଗ ରାସ୍ତା,ଏବଂ ମେଂଢ଼ୀମାଳ ଠାରୁ ବାରକୋଡ଼ ରାସ୍ତା ର ତଦାରଖ ଓ ପରିଦର୍ଶନ କରିଥିଲେ। ବହୁ ପ୍ରତିକ୍ଷୀତ ବାଉଁସୁଣୀ -ବିରମହାରାଜପୁର ମହାନଦୀ ସେତୁ ପ୍ରକଳ୍ପ ପରିଦର୍ଶନ କରିଥିଲେ।

105 କୋଟି ବ୍ୟୟ ବରାଦ ରେ ତିଆରି ଏହି ବାଉଁଶୁଣି -ବୀରମହାରାଜପୁର ରାସ୍ତା ର ଦର୍ଘ୍ୟ 1650 ମିଟର ଓ 44 ଟି ପିଲର ରେ ଏହା ତିଆରି ଚାଲିଛି।ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ମୁଖ୍ୟ ଯନ୍ତ୍ରୀ ଇଂ ଦାସ ଏକ ସମୀକ୍ଷା କରିଥିଲେ।ଏହି ସମୀକ୍ଷା ରେ ପୂର୍ତ୍ତ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ସଂଜୀବ କୁମାର ଛୁଆଳସିଂ ପ୍ରକଳ୍ପ ର କାର୍ଯକାରିତା ଓ ଅଗ୍ରଗତି ଉପରେ ମୁଖ୍ୟ ଯନ୍ତ୍ରୀ ଙ୍କୁ ଅବଗତି କରାଇଥିଲେ।

ଏହି ସମୀକ୍ଷା ବୈଠକ ରେ ସବୁ ବିଭାଗୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ।କାର୍ଯ୍ୟର ଅଗ୍ରଗତି ଉପରେ ମୁଖ୍ୟଯନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହିତ କାର୍ଯ୍ୟର ମାନ ଠିକ ରଖି କାର୍ଯ୍ୟକୁ ଠିକ ସମୟ ମଧ୍ୟରେ ସମ୍ପୂର୍ଣ କରିବା ପାଇଁବିଭାଗୀୟ ଅଧିକାରୀ ଙ୍କ ସହ ଠିକା ସଂସ୍ଥା କୁ ନିର୍ଦ୍ଧେଶ ଦେଇଥିଲେ।ଏହି ସେତୁ ନିର୍ମାଣ ହେଲେ ପଶ୍ଚିମ ଓଡ଼ିଶା ସହିତ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା କୁ ସଂଯୋଗ ହେବା ସହ ଅର୍ଥନୀତି ଓ ଗମନା ଗମନ ର ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିବ ବୋଲି ନିଜର ମତ ରଖିଥିଲେ।ପ୍ରକାଶ ଥାଉ କି ଗତ 18 ତାରିଖ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତ ରେ ଆସି ବିଭିନ୍ନ ବିଭାଗ ର ସମୀକ୍ଷା କରିଥିଲେ ଓ ବିଭିନ୍ନ ବିଭାଗ ର କାର୍ଯ୍ୟ ର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଥିଲେ।