
ପୁରୀ : (ମନୋଜ କୁମାର ବଳୀୟାରସିଂ)ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ମା’ବାଟମଙ୍ଗଳା ଙ୍କ ମନ୍ଦିର ନିକଟରେ ଭୋଗସାମଗ୍ରୀ, ଚା, ପାନ, ଜଳଖିଆ ଓ ଖଜା ଦୋକାନ ଆଦି ଦ୍ବାରା ନିଜନିଜ ପରିବାର ଙ୍କୁ ଚଳାଉଥିବା ସମସ୍ତ ଦୋକାନୀ ଗୁରୁବାର ଦିନ ପରିବାର ସହ ବାଟମଙ୍ଗଳା ଙ୍କ ନିକଟରେ ରାସ୍ତା ଅବରୋଧ କରିଥିଲେ।
ରାସ୍ତା କେତେ ଚଉଡା ହେବ ସେଥିପାଇଁ ପ୍ରଥମେ ମାପଚୁପ କରାଯାଉ ଓ ନିୟମ ଅନୁଯାୟୀ ପ୍ରଥମେ ଥଇଥାନ ଥଇଥାନ କରାଯିବା ପୂର୍ବରୁ ଉଚ୍ଛେଦ କରାନ’ଯାଉ ବୋଲି ସେମାନେ ଦାବି ରଖିଥିଲେ। ରାଜ୍ୟସଭା ସାଂସଦ ଶୁଭାଶୀଷ ଖୁଣ୍ଟିଆ ସେଠାରେ ପହଞ୍ଚି ଦୋକାନୀମାନଙ୍କୁ ବୁଝାସୁଝା କରିବାପରେ ରାସ୍ତା ଅବରୋଧ ହଟିଥିଲା। ଉପଜିଲ୍ଲାପାଳ ଙ୍କ ମାଧ୍ୟମରେ ଜିଲ୍ଲାପାଳ ଙ୍କୁ ଦୋକାନୀମାନଙ୍କ ଦାବି ସଂପର୍କରେ ଅବଗତ କରାଯାଇଛି।