ପୁରୀl : (ମନୋଜ କୁମାର ବଳୀୟାରସିଂ)ଆଗକୁ ଆସୁଛି ରଥଯାତ୍ରା କିନ୍ତୁ ରଥଯାତ୍ରା ପୂର୍ବରୁ ପୁରୀ ର ୨୨ନମ୍ବର ୱାର୍ଡ ଏବଂ ୨୯ ନମ୍ବର ୱାର୍ଡ ଯାହାକି ଗୁଣ୍ଡିଚା ମନ୍ଦିର କୁ ସେହିରାସ୍ତା ଦେଇ ଶହଶହ ଶ୍ରଦ୍ଧାଳୁ ଯାତାୟତ କରନ୍ତି ।କୁମ୍ଭାରପଡା ବାଡ଼ାସାହି ଠାରୁ ଅବକାଶ ଲେନ ସବୁ ଆଡେ ଖାଲ ଖମାରେ ଭର୍ତି।କିନ୍ତୁ ଅଧିକାରୀ ବୃନ୍ଦ ବୈଠକରେ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଆଲୋଚନା କରୁଛନ୍ତି । ତୁରନ୍ତ ଏହି ରାସ୍ତାର ମରାମତି ପାଇଁ ସ୍ଥାନୀୟ ବାସିନ୍ଦା ମାନେଦାବି କରୁଛନ୍ତି।