
ପୁରୀ: (ମନୋଜ କୁମାର ବଳୀୟାରସିଂ)ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷା ତଥା ଜିଲ୍ଲା ଓ ଦୌରାଜଜ ଶ୍ରୀମତୀ ଅଯନ୍ତା ଷଡଙ୍ଗୀ ଙ୍କ ନିର୍ଦ୍ଦେଶ ଅନୁଯାୟୀ ତା ୧୩.୫.୨୫ରିଖରେ ବିକଳ୍ପ ବିବାଦ ସମାଧାନ ସମ୍ମିଳନୀ କକ୍ଷରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମ କୁ ପୁରୀ ଜିଲ୍ଲା ଆଇନସେବା ପ୍ରାଧିକରଣ ର ଅଧ୍ୟକ୍ଷା ତଥା ଜିଲ୍ଲା ଓ ଦୌରାଜଜ ଶ୍ରୀମତୀ ଅଯନ୍ତା ଷଡ଼ଙ୍ଗୀ ଙ୍କ ଦ୍ଵାରା ଉଦ୍ଘାଟନ କରାଯାଇଥିଲା।ଆଜିର ଏହି କାର୍ଯ୍ୟକ୍ରମ କୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀଯୁକ୍ତ ଅମିତ କୁମାର ବାରିକ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମ କୁ ପୁରୀ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସାହିଭାଇ ର ସ୍ବେଚ୍ଛାସେବୀ ଏବଂ କର୍ମକର୍ତ୍ତା ମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ ।ଏହି ଶିବିରରେ ଦେୱାନି ବିଚାରପତି ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ସେନାପତି ,କୋର୍ଟ କର୍ମଚାରୀ ଆଇନ ସେବା ପ୍ରାଧିକରଣ ର କର୍ମଚାରୀ ଏବଂ ସହିଭାଇ ଅନୁଷ୍ଠାନ ର ସ୍ବେଚ୍ଛାସେବୀ ମାନେ ରକ୍ତଦାନ କରିଥିଲେ।ଉକ୍ତ ଶିବିରରେ ୩୧ ୟୁନିଟ ରକ୍ତ ସଂଗ୍ରହ କରଯାଇଥିଲା ।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କୋର୍ଟର ସମସ୍ତ ବିଚାରପତି ଗଣ ଓ ସ୍ଥାୟୀ ଲୋକ ଅଦାଲତ ର ଅଧ୍ୟକ୍ଷା ସୁଶ୍ରୀ ପ୍ରତିମା ପଣ୍ଡା ଉପସ୍ଥିତ ଥିଲେ।ସହିଭାଇ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ମିଶ୍ର ଙ୍କ ସମେତ ଅନ୍ୟ କର୍ମକର୍ତ୍ତା, ଜିଲ୍ଲା ମୁଖ୍ୟ ହସ୍ପିଟାଲର କର୍ମଚାରୀ ଏବଂ ପ୍ରାଧିକରଣର କର୍ମଚାରୀ ମାନେ ରକ୍ତଦାନ ଶିବିର କୁ ପରିଚାଳନା କରିବାରେ ସହଯୋଗ କରିଥିଲେ।