ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ର ଆରାଧ୍ୟ ଦେବୀ ମାଁ ଭୈରବୀଙ୍କ ଠାରେ ବୌଦ୍ଧ ର ଭାଗ୍ୟ ପରିବର୍ତ୍ତନ ସକାଶେ ଗୁହାରୀ କରି କଂଗ୍ରେସ ଦଳର ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ନବ କୁମାର ମିଶ୍ର କଂଗ୍ରେସ କର୍ମୀଙ୍କ ସହ ପ୍ରଚାର କାର୍ଯ୍ୟର ଶୁଭାରମ୍ଭ ,ପରବର୍ତ୍ତୀ ସମୟରେ ଶ୍ରୀ ମିଶ୍ର ସମସ୍ତ କର୍ମୀଙ୍କ ଗହଣରେ ସରସରl ପଞ୍ଚlୟତ ର ବଘlରପାଲିସ୍ଥିତ ଶୈବ ପୀଠ କୁ ଯାଇ ବାବା ଚନ୍ଦ୍ରଶେଖର ଙ୍କ କୃପlଭିକ୍ଷା କରି ବଘlରପାଲି, ସlନବଙ୍କlପଡl, ବଡ଼ ବଙ୍କl ପଡl ପ୍ରଭୁତି ଗ୍ରାମର ପ୍ରତି ଘରକୁ ଯାଇ, କଂଗ୍ରେସକୁ ଭୋଟ ଦେଲେ କଂଗ୍ରେସ ଦଳ ଦେଇଥିବା ଗ୍ୟାରେଣ୍ଟିର ସୁଫଳ ପାଇପାରିବେ ବୋଲି ବୁଝାଇଥିଲେ l

ଶ୍ରୀ ମିଶ୍ର ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ମୁଖ୍ୟ ପ୍ରବକ୍ତା ଶାନ୍ତନୁ କୁମାର ମହାପାତ୍ର, ଉପ ସଭାପତି ସମରେଶ ମିଶ୍ର , ହରଭଙ୍ଗା ବ୍ଲକ କଂଗ୍ରେସ ସଭାପତି ପଙ୍କଜ କର୍ଣ୍ଣ, ଆଇନଜୀବୀ ତାରିଣୀ ଜେନାଙ୍କ ସମେତ ଅନ୍ୟାନ୍ୟ କଂଗ୍ରେସ କର୍ମକର୍ତ୍ତା ଏହି ପ୍ରଚାର ପର୍ବରେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା ।