ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ )-ଗତକାଲି କନ୍ଧମାଲ ସାଂସଦୀୟ କ୍ଷେତ୍ରର ବୌଦ୍ଧ ନିର୍ବାଚନ ମଣ୍ଡଳୀରୁ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଟିକେଟ ଘୋଷଣା କଲା ପରେ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ଏନେଇ ଶ୍ରୀ ପ୍ରଧନକୁ ଭବ୍ୟ ସ୍ୱାଗତ ସମର୍ଦ୍ଧନା ଜ୍ଞାପନ କରିଛନ୍ତି ଦଳୀୟ ନେତା ଓ କର୍ମୀ l ରାଜ୍ୟ କେନ୍ଦ୍ରୀୟ ନେତୃ ମଣ୍ଡଲୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଶ୍ରୀ ପ୍ରଧାନ l

ଗତ ୨୦୧୯  ନିର୍ବାଚନରେ ଏହି ଆସନ ରୁ ବଡଭାଇ ସୁଶାନ୍ତ ପ୍ରଧାନ ଙ୍କୁ ଦଳ ଟିକେଟ ଦେଇଥିଲା  l ଚଳିତ ନିର୍ବାଚନ ପାଇଁ ନୁଆଁ ମୁହଁ ଦେଇଛି ବିଜେପି l ଅପରପକ୍ଷରେ ଉକ୍ତ ନିର୍ବାଚନ ମଣ୍ଡଳୀ ବିଜେଡି ରୁ ପାଞ୍ଚ ପାଞ୍ଚ ଥର ବିଧାୟକ ହୋଇଥିବା ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଙ୍କୁ ପୁଣି ଥରେ ଦଳ ଟିକେଟ ଦେଇଛି ଏହା ସତ୍ୟେ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ  ପିଇବା ପାଣି, ସ୍ୱାସ୍ଥ୍ୟ ଓ ଶିକ୍ଷା ମୁଖ୍ୟ ସମସ୍ୟା ରହିଛି l

ଆଜିବି ଲୋକଙ୍କ ପାଖକୁ ମୌଳିକ ସୁବିଧା ପହଂଚି ପାରିନାହିଁ ତେଣୁ ଏହି ପ୍ରଶଙ୍ଗ ମୁଖ୍ୟ ମୁଦା ହେବ ବୋଲି ସୂଚନା ରହିଛି l ଆଜି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀ ଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଶ୍ରୀ ପ୍ରଧାନ ମାଙ୍କ ନିକଟରେ ଶରଣ ଭିକ୍ଷା ପରେ ଏକ ବିରାଟ ପଟୁଆର ସହିତ ବାଇକ ରାଲି ପୁରୁଣାକଟକ ଠାରୁ ରାମଗଡ଼ ପର୍ଯ୍ୟନ୍ତ ରାଲି ଅନୁଷ୍ଠିତ ହୋଇଛି ଏଥିରେ ହଜାର ହଜାର କର୍ମୀ ମାନେ ସାମିଲ ହୋଇଛନ୍ତି l