ରାଇରଙ୍ଗପୁର; (ଶ୍ଯାମଳେନ୍ଦୁ ପରିଡା)ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ଆସେକା କାର୍ଯ୍ଯାଳୟ ପଡିଆ ଠାରେ ବ୍ଲକସ୍ତରୀୟ ମତ୍ସ୍ଯ ଓ ପଶୁସମ୍ପଦ ମେଳା – ୨୦୨୫ ସଭାପତି ଜିଲ୍ଲା ମୁଖ୍ଯ ପ୍ରାଣୀ ଚିକିତ୍ସା ଅଧିକାରୀ ମୟୂରଭଞ୍ଜ ଡକ୍ଟର ରମଣୀ ରଞ୍ଜନ ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ଯଅତିଥି ଭାବେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ମୁଖ୍ଯବକ୍ତା ରୂପେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ସୁବ୍ରତ କୁମାର ପାତ୍ର, ସମ୍ମାନିତ ଅତିଥି ଭାବେ ସମାଜସେବୀ ତଥା ଭାରତୀୟ ଜନତା ପାର୍ଟି ରାଜ୍ଯ ସମ୍ପାଦକ ନବୀନ ରାମ, ସାଂସଦ ପ୍ରତିନିଧି ମନୋଜ ଦାସ, ଜିଲ୍ଲା ମତ୍ସ୍ଯ ସମ୍ପଦ ଅଧିକାରୀ ମାନସ ରଞ୍ଜନ ସାହୁ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ରାଇରଙ୍ଗପୁର ଡକ୍ଟର ସୁଶାନ୍ତ କୁମାର ସିଂହ ଓ ରାଇରଙ୍ଗପୁର ବ୍ଲକ ଉନ୍ନୟନ ଅଧିକାରୀ ଭାଗବତ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I

ସଭା ପ୍ରାରମ୍ଭରେ ଅତିଥିଗଣ ମତ୍ସ୍ଯ ଓ ପଶୁସମ୍ପଦ ମେଳା – ୨୦୨୫ କୁ ଫିତାକାଟି ଶୁଭଉଦଘାଟନ କରିଥିଲେ I ଏହାପରେ ବିଭିନ୍ନ ଷ୍ଟଲ ବୁଲି ପରିଦର୍ଶନ କରିଥିଲେ I ଉକ୍ତ ମେଳାରେ ସ୍ବୟଂ ସହାୟକ ଗୋଷ୍ଠୀର ଅଗରବତୀ, ବାଉଁଶ ଶିଳ୍ପ ଓ ମାଣ୍ଡିଆ ତିଆରି ଖାଦ୍ଯସାମଗ୍ରୀ, ମୁଖ୍ଯମନ୍ତ୍ରୀ ମତ୍ସ୍ଯଜୀବୀ କଲ୍ଯାଣ ଯୋଜନା, କୁଷିକ୍ଷେତ ବନୀକରଣ ଯୋଜନା, ଓମଫେଡ ଓ ଉଦ୍ଯାନ କୁଷି ସମ୍ପର୍କିତ ଷ୍ଟଲ ବସିଥିଲା I ଏହାପରେ ଅତିଥିଗଣ ମଞ୍ଚାସୀନ ହେବା ପରେ ସ୍ଥାନୀୟ ଶିଶୁ ବିଦ୍ଯାମନ୍ଦିର ରାଇରଙ୍ଗପୁର ର ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ଗାନ କରାଯାଇଥିଲା I ଏହାପରେ ଅତିଥିଗଣ ଜଗତରନାଥ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ପ୍ରଦୀପ ପ୍ରଜ୍ଜଳନ କରିବା ପରେ ସେମାନଙ୍କୁ ପୁଷ୍ପଗୁଛ ଓ ଉପଢୋକନ ଦେଇ ସମ୍ମାନିତ କରାଯାଇଥିଲା I

ସଭାପତି ଜିଲ୍ଲା ମୁଖ୍ଯ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ରମଣୀ ରଞ୍ଜନ ବିଶ୍ବାଳ ସଭାପତିତ୍ବ ବକ୍ତବ୍ୟ ପ୍ରଦାନ କରିଥିଲେ I ମୁଖ୍ଯଅତିଥି ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ କହିଥିଲେ ଯେ ଚାଷ ର ଉନ୍ନତି ହେଲେ ହେଲେ ଦେଶର ଉନ୍ନତି ସମ୍ଭବପର ହୋଇଥାଏ I ଚାଷ ଦ୍ବାରା ଲୋକେ ଆତ୍ମନିର୍ଭରଶୀଳ ହୋଇପାରିଥାନ୍ତି I ମତ୍ସ୍ୟଚାଷ ଉପରେ ମଧ୍ଯ ଗୁରୁତ୍ତ୍ଵାରୋପ କରିଥିଲେ I ମୁଖ୍ଯବକ୍ତା ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ସୁବ୍ରତ କୁମାର ପାତ୍ର ବକ୍ତବ୍ଯ ଦେବାକୁ ଯାଇ କହିଥିଲେ ଯେ ସରକାରଙ୍କ ବିଭିନ୍ନ ଯୋଜନା ଦ୍ବାରା ଚାଷୀ ଠାରୁ ଉଦ୍ଦୋଗୀମାନେ ଉପୋକୁତ ହୋଇପାରିଥାନ୍ତି I ଏହାପରେ ଅନ୍ଯାନ୍ଯ ଅତିଥିଗଣ ମତ୍ସ୍ୟ ଓ ପଶୁସମ୍ପଦ ସମ୍ପର୍କରେ ସୁଚିନ୍ତିତ ବକ୍ତବ୍ଯ ପ୍ରଦାନ କପିଥିଲେ I
ଏହାପରେ ସଫଳଚାଷୀ ଭାବେ ଡମ୍ବରୁଧର ମହାନ୍ତ, ଅନିରୁଦ୍ଧ ଗିରି, ଲକ୍ଷ୍ମଣ ମାଝୀ, ମା ଗଜଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀ, ରଂଜନ କୁମାର ସର୍ଦ୍ଦାର, ସୁନିଲ ମୁଣ୍ଡା, ଫୁଲମଣି ମହାନ୍ତ ଓ ଗୌରୀ ପ୍ରଧାନ ଏବଂ ସଫଳ ଉଦ୍ଦୋଗୀ ଭାବେ ଉମେଶ ଚନ୍ଦ୍ର ସାଓ, ଲାଲ ମୋହନ ଲୋହାର , ୱାସିମ ଅକତର, ମା ବିରଜା ସ୍ବୟଂ ସହାୟକ ସଂଘ, ଦମୟନ୍ତି ମହାକୁଡ, ସୁବାଷ ଚନ୍ଦ୍ର ସେଠୀ, ସାଗର ସେଠୀ ଓ ପୁକିଲ ସିଂହଙ୍କୁ ମାନପତ୍ର ଓ ଉପଢୋକନ ଦେଇ ସମ୍ମାନିତ କରାଯାଇଥିଲା I ମୁଖ୍ଯମନ୍ତ୍ରୀ କାମଧେନୁ ଯୋଜନାରେ କୁମୁଦୁନି ମହାନ୍ତଙ୍କୁ ୧ ଲକ୍ଷ ୬୧ ହଜାର ୨୮୦ ଟଙ୍କା ଚେକ୍ ପ୍ରଦାନ କରାଯାଇଥିଲା I

ଏହି କାର୍ଯ୍ଯକ୍ରମରେ ପଶୁସମ୍ପଦ ବିଭାଗର ରାଇରଙ୍ଗପୁର ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଗୌତମ କମିଳା, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଶୁଭେନ୍ଦୁ ସାହୁ, ପ୍ରାଣୀ ଚିକିତ୍ସା ଅଧିକାରୀ ଗୋରୁମହିଷାଣୀ ଡକ୍ଟର ନିମାଇ ଚରଣ ମୁର୍ମୁ, ପ୍ରାଣୀ ଚିକିତ୍ସା ଅଧିକାରୀ ରାଇରଙ୍ଗପୁର ଡକ୍ଟର ଜ୍ଯୋତି ରଂଜନ ମହାନ୍ତ ଏବଂ ମତ୍ସ୍ଯ ବିଭାଗର ସହକାରୀ ମତ୍ସ୍ୟ ଅଧିକାରୀ ରାଇରଙ୍ଗପୁର ଶ୍ରଦ୍ଧାଞ୍ଜଳି ସାହୁ, ସହକାରୀ ମତ୍ସ୍ୟ ଅଧିକାରୀ ବିଜାତଳା ସ୍ବାଗତିକା ସାହୁ ଓ ସହକାରୀ ମତ୍ସ୍ୟ ଅଧିକାରୀ ବିଶୋଇ ସୁମିତ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ I ଉକ୍ତ ଭବ୍ଯ ସମାରୋହରେ ବିଜ୍ଞାନ ଶିକ୍ଷକ ରଂଜନ କୁମାର ନନ୍ଦ ସଭା ପରିଚାଳନା କରିଥିବା ବେଳେ ସହକାରୀ ମତ୍ସ୍ୟ ଅଧିକାରୀ ରାଇରଙ୍ଗପୁର ଶ୍ରଦ୍ଧାଞ୍ଜଳି ସାହୁ ଧନ୍ଯବାଦ ଅର୍ପଣ କରିଥିଲେ I ଏଥିରେ ମତ୍ସ୍ଯ ଓ ପଶୁସମ୍ପଦ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ I ଏହି ମେଳାରେ ରାଇରଙ୍ଗପୁର ବ୍ଲକର ୯ ଟି ପଞ୍ଚାୟତରୁ ଚାଷୀମାନେ ଯୋଗ ଗେଇଥିଲେ I
