ରାଇରଙ୍ଗପୁର: (ଶ୍ଯାମଳେନ୍ଦୁ ପରିଡା)ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ପିସିଏମ୍ ୟୁପି ସ୍କୁଲ ପରିସରରେ ବ୍ଲକସ୍ତରୀୟ ସୁରଭି ମହୋତ୍ସବ ସଭାପତି ବ୍ଲକ ଶିକ୍ଷା ଅଧିକାରୀ ଘନଶ୍ଯାମ ମୁର୍ମୁଙ୍କ ସଭାପତିତ୍ବରେ ଉଦଯାପିତ ହୋଇଯାଇଛି I ଆଜି ସକାଳ ୧୦ ଘଟିକାରେ ଉଦଘାଟନୀ ସମାବେଶରେ ମୁଖ୍ଯଅତିଥି ଭାବେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ସୁବ୍ରତ କୁମାର ପାତ୍ର, ମୁଖ୍ଯବକ୍ତା ଭାବେ ସ୍ତମ୍ଭାକାର ଲଳିତ ମହାନ୍ତ, ସମ୍ମାନିତ ଅତିଥି ରୁପେ ଡେପୁଟି କଲେକ୍ଟର ବାମନଘାଟୀ ମାନସ ରଂଜନ ବେହେରା, ଅନ୍ଯତମ ସମ୍ମାନିତ ଅତିଥି ଏବିଇଓ କାର୍ତ୍ତିକ ଚନ୍ଦ୍ର କାରୁଆ ଓ ହେମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ I ସଭାପତି ବ୍ଲକ ଶିକ୍ଷା ଅଧିକାରୀ ଘନଶ୍ୟାମ ମୁର୍ମୁ ସଭାପତିତ୍ବ ବକ୍ତବ୍ଯ ଦେବା ପରେ ମୁଖ୍ଯଅତିଥି ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ସୁବ୍ରତ କୁମାର ପାତ୍ର କହିଥିଲେ ଯେ ସୁରଭି ମାଧ୍ଯମରେ ଛାତ୍ରର ଅନ୍ତନିହିତ ଗୁଣର ବିକଶିତ ହୋଇଥାଏ I

ମୁଖ୍ଯବକ୍ତା ସ୍ତମ୍ଭାକାର ଲଳିତ ମହାନ୍ତ ପିଲାମାନଙ୍କର ଅନ୍ତନିହିତ ଗୁଣାବଳୀର ବିକାଶ କରିବା ନିମନ୍ତେ ଶିକ୍ଷକମାନଙ୍କର ପ୍ରମୁଖ ଭୂମିକା ରହିଛି ବୋଲି କହିଥିଲେ I ସଂନ୍ଧ୍ଯା ୫ ଘଟିକାରେ ଉଦଯାପନୀ ସମାବେଶରେ ସଭାପତି ବ୍ଲକ ଶିକ୍ଷା ଅଧିକାରୀ ଘନଶ୍ୟାମ ମୁର୍ମୁ, ମୁଖ୍ଯଅତିଥି ଭାବେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ମୁଖ୍ଯବକ୍ତା ଏସଡିପିଓ ଗୋକୁଳାନନ୍ଦ ସାହୁ, ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ରାଉତ, ଏବିଇଓ କାର୍ତ୍ତିକ ଚନ୍ଦ୍ର କାରୁଆ ଓ ହେମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ I ସଭାପତି ବ୍ଲକ ଶିକ୍ଷା ଅଧିକାରୀ ଘନଶ୍ୟାମ ମୁର୍ମୁ ସଭାପତିତ୍ବ ବକ୍ତବ୍ଯ ଦେବା ପରେ ମୁଖ୍ଯଅତିଥି ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ଏହି ସୁରଭି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀମାନଙ୍କ ମଧ୍ଯରେ ଶୁଙ୍ଖଳା, ଲକ୍ଷ୍ଯ, ନିର୍ଣ୍ଣୟକରଣ, ତ୍ଯାଗ ଓ ସ୍ବପ୍ନ ରହିବା ଉଚିତ ବୋଲି କହିଥିଲେ I ମୁଖ୍ଯବକ୍ତା ଏସଡିପିଓ ଗୋକୁଳାନନ୍ଦ ସାହୁ ଗାନ୍ଧୀଜୀଙ୍କ ଭାଷାରେ ପାଠପଢା ସହିତ ଅନ୍ଯାନ୍ଯ ଆନୁଷଙ୍ଗିକ ଶିକ୍ଷାର ବିକାଶ ହିଁ ଶିକ୍ଷାର ପରିଭାଷା ବୋଲି କହିଥିଲେ I

ଏଥିରେ ଅନ୍ଯମାନଙ୍କ ମଧ୍ଯରେ ପିସିଏମ ୟୁପି ସ୍କୁଲ ର ପ୍ରଧାନଶିକ୍ଷୟତ୍ରୀ ଅନୁପମା ନନ୍ଦ, ସିଆରସିସି ଧୀରେନ୍ଦ୍ର ମହାନ୍ତ, ଅନୁପ ଗୁପ୍ତା ତଥା ୧୨ ଟି କ୍ଲଷ୍ଟର ର ଶିକ୍ଷକଶିକ୍ଷୟତ୍ରୀ ଯୋଗ ଦେଇଥିଲେ I ଉକ୍ତ ସୁରଭି ରେ ନାଚ, ଗୀତ, ଡ୍ରଇଂ, ଆବୁତ୍ତି, ସୂଜନଶୀଳ ଲିଖନ, ବକ୍ତୁତା, ମୁରୁଜ ଚିତ୍ରକଳା, ହସ୍ତକଳା , ଓଡିଆ ରଚନା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ହୋଇଥିଲା I କୁତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ମାନପତ୍ର ଓ କପ୍ ଦେଇ ପୁରସ୍କୁତ କରିଥିଲେ I ଏଥିରେ କୁତିତ୍ବ ସହକାରେ ଅର୍ଜନ କରିଥିବା ପ୍ରତିଯୋଗୀମାନେ ଜିଲ୍ଲାସ୍ତରରେ ଅଂଶଗ୍ରହଣ କରିବେ ବୋଲି ସଭାପତି ବ୍ଲକ ଶିକ୍ଷା ଅଧିକାରୀ ଘନଶ୍ୟାମ ମୁର୍ମୁ ସୂଚନା ଦେଇଥିଲେ I

ପୁରସ୍କାର ବିତରଣୀ ପର୍ବରେ ନୁତ୍ଯ ପ୍ରତିଯୋଗିତାରେ ପ୍ରଥମ ବଡଗାଁ ୟୁପି ସ୍କୁଲ ଓ ଦ୍ବିତୀୟ ମହୁଲଡିହାଁ ୟୁପି ସ୍କୁଲ ପୁରସ୍କୁତ ହୋଇଥିଲା ବେଳେ ବେଷ୍ଟ ସିଆରସିସି ଭାବେ ତୋଲକ ପିଏସ କ୍ଲଷ୍ଟର ର ଆଶିଷ କୁମାର ମଣ୍ଡଳଙ୍କୁ ପୁରସ୍କୁତ କରାଯାଇଥିଲା I ଏହି ଭବ୍ଯ କାର୍ଯ୍ଯକ୍ରମରେ ଶିକ୍ଷକ ମନୋରଂଜନ ମଣ୍ଡଳ ଓ ଭକ୍ତବନ୍ଧୁ ବାରିକ ସଭା ପରିଚାଳନା କରିଥିଲା ବେଳେ ଏବିଇଓ କାର୍ତ୍ତିକ ଚନ୍ଦ୍ର କାରୁଆ ଧନ୍ଯବାଦ ଅର୍ପଣ କରିଥିଲେ I ଏହି ସମାବେଶରେ ଶିକ୍ଷକଶିକ୍ଷୟତ୍ରୀ ରାମଶଙ୍କର ମିଶ୍ର, ଗୋପାଳ ମହାନ୍ତି, ଦୀପ୍ତିରେଖା ମହାନ୍ତି, ଉର୍ମିଳା ପାଣି, ଧରିତ୍ରୀ ଦାସ, କ୍ଷୀରୋଦ ମହାନ୍ତ, ପ୍ରଣବ ମହାନ୍ତ, ବିରେଶ ଚନ୍ଦ୍ର ମହାନ୍ତ, ଅଜିତ ମଣ୍ଡଳ, ବିଶ୍ବରଂଜନ ମହାନ୍ତ, ରୁଦ୍ରବିହାରି ଗିରି, ସ୍ବରୂପ ଚନ୍ଦ୍ର ମହାନ୍ତ, ଜିତେନ୍ଦ୍ର ହେମ୍ବ୍ରମ୍, ରଂଜନ ବେହେରା ଓ ରଂଜନ କୁମାର ନନ୍ଦ ପ୍ରମୁଖ ସହଯୋଗ କରିଥିଲେ I