କେସିଙ୍ଗା(ପ୍ରୀତେଶ ପଟେଲ)ରେଳ ଓଭର ବ୍ରିଜ ନିର୍ମାଣ କାମରେ ନିୟୋଜିତ ହୋଇ ଥିବା ଶ୍ରମିକଙ୍କ ଆତ୍ମହତ୍ୟା ।ଆତ୍ମହତ୍ୟା କରିଥିବା ଶ୍ରମିକ ଜଣଙ୍କ ଭଦ୍ରକ ଜିଲ୍ଲା ସାହାପୁର ଗ୍ରାମର ସୁରେନ୍ଦ୍ର ନାଏକ ଙ୍କ ୨୫ ବର୍ଷୀୟ ପୁଅ ତାପସ ନାଏକ ବୋଲି ଜଣାପଡିଛି ।ତାପସ ସନ୍ଧ୍ୟା ସମୟ ରେ ଏକ ଘର ଭିତରେ ଗ୍ୟାସ ସିଲିଣ୍ଡର ଉପରେ ଠିଆ ହୋଇ ନିଜ ଏକ ଗାମୁଛା ଲଗେଇ ଆତ୍ମହତ୍ୟା କରିଥିବା ନେଇ ସହ କର୍ମୀ ମାନଙ୍କ ଠୁ ଶୁଣିବାକୁ ମିଳିଥିବା ବେଳେ ତାପସ ଙ୍କ ଝୁଲନ୍ତା ଶରୀର କୁ ସହ କର୍ମୀ ମାନେ ତଳକୁ ଓହ୍ଲାଇ ଥିବା ଜଣାପଡିଛି ।

ଘଟଣା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ର କେସିଙ୍ଗା ରେ ରାଜ୍ ଲକ୍ଷ୍ମୀ କଷ୍ଟ୍ରକ୍ ସନ୍ ଦ୍ଵାରା ନିର୍ମାଣାଧୀନ ରହିଥିବା ରେଳ ଓଭର ବ୍ରିଜ କାମରେ ତାପସ ଜଣେ ଶ୍ରମିକ ଭାବରେ କାମ କରୁଥିଲେ।ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ଶୁଣିବାକୁ ମିଳୁଥିବା ବେଳେ ସ୍ଥାନୀୟ ପୋଲିସ କୁ ନ ଜଣାଇ ସହ କର୍ମୀ ତାପସ ଙ୍କ ଝୁଲନ୍ତା ଶରୀର କୁ ଓହ୍ଲାଇବା ଓ କିଛି ସମୟ ପରେ ପୋଲିସ କୁ ଜଣାଇବା ସହ ତାପସ ଙ୍କ ଶରୀର କୁ କିଛି ସମୟ ତଳେ ଶୁଆଇ ରଖିବା ପରେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିବା ଜଣାପଡିଛି ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।କେସିଙ୍ଗା ପୋଲିସ ପକ୍ଷରୁ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇ ଥିବା ବେଳେ ,ସନ୍ଧ୍ୟା ହୋଇଯାଇଥିବାରୁ ସବ ବ୍ୟବଚ୍ଛେଦ ହୋଇ ପାରିନାହିଁ ।ସବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଓ ପୋଲିସ ର ତଦନ୍ତ ପରେ ସ୍ପଷ୍ଟ ହେବ ଏହା ହତ୍ୟା ନା ଆତ୍ମହତ୍ୟା ।