କେସିଙ୍ଗା ( ପ୍ରୀତେଶ ପଟେଲ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ରିନ୍ଦାବାହିଲି ଠାରେ ବୁଧବାର ସକାଳ ୯ଘଣ୍ଟା ସମୟ ରେ ଯଶଶ୍ଵି ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଙ୍କ ଆହ୍ବାନ କ୍ରମେ ପରିବେଶ ବିଭାଗ କଳାହାଣ୍ଡି ଉତ୍ତର ବନଖଣ୍ଡ କେସିଙ୍ଗା ବନାଞ୍ଚଳ ଅନ୍ତର୍ଗତ କସୃପଡ଼ା ସେକ୍ସନ ବନପାଳ ଶ୍ରୀଯୁକ୍ତ ବିଶିକେଶନ କରୁଆଁ ଙ୍କ ନେତୃତ୍ୱରେ ସ୍ଥାନୀୟ ଏ ଏନ୍ ଆର୍ ସିଏ ବୃକ୍ଷରୋପଣ ଠାରେ ସାମୁହିକ ୫୪୦୦ ବୃକ୍ଷ ରୋପଣ କରାଯାଇ “ମାଁ ପାଇଁ ଗଛ ଟିଏ ” କାର୍ଯକ୍ରମ ଅନୁଷ୍ଠିତ ହୋଯାଇଅଛି l

ଏହି କାର୍ଯକ୍ରମ ରେ ପଲମ୍ ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରତିନିଧି ଶ୍ରୀଯୁକ୍ତ ନିତ୍ୟାନନ୍ଦ ସାହୁ ମୁଖ୍ୟ ଅତିଥି ଥିବାବେଳେ ସମ୍ମାନିତ ଅଥିତି ଭାବେ ପଲମ୍ ବନ ସୁରକ୍ଷା ସମିତି ର ସଭାପତି ଶ୍ରୀଯୁକ୍ତ ସୁବାଷ ଯାନୀ ଓ ମହଗାଁ, ଖେତୁପଡ଼ା ପଲମ, ରେନ୍ଦାବହାଲି ସମିତିର ସଭ୍ୟ ସଭ୍ୟା ମାନେ ତଥା ମିଶନ ଶକ୍ତି ଟକର୍ଲା ର ସି ଆର୍ ପି , ଏସ୍ ଏଚ୍ ଜି ମହିଳା, ସ୍ଥାନୀୟ ଗଣ ମାଧ୍ୟମ ପ୍ରତିନିଧି, ଧରିତ୍ରୀ,ବନବିଭାଗ କଶୃପଡ଼ା ସେକ୍ସନ ବନରକ୍ଷୀ , ପି ଏନ୍ ଜି ଓ ଦଳପତି ଶ୍ରୀଯୁକ୍ତ ହେମନ୍ତ କୁମାର ସାହୁ ଯୋଗ ଦେଇଥିଲେ l ଉକ୍ତ କାର୍ଯକ୍ରମ ପାଇଁ ବନପାଳ କଶୃପଡ଼ା ଙ୍କୁ ଅଞ୍ଚଳ ବାସି ସାଧୁବାଦ୍ ଜଣାଇବା ସହିତ ଅଞ୍ଚଲରେ ଏକ ପ୍ରତିକୂଳ ପରିବେଶ ସୃଷ୍ଟି ହୋଇ ପାରିଛି l