
କେସିଙ୍ଗା : (ପ୍ରୀତେଶ ପଟେଲ) ଆସନ୍ତା ତା ୧୭/୦୯ ଠାରୁ ତା, ୦୨,୧୦,୨୫ ପର୍ଯ୍ୟନ୍ତ ବିଜେପି ପାର୍ଟୀ ତରଫରୁ ଯଶ୍ଵସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି ଙ୍କ ଜନ୍ମ ଦିଵସ ଥିବା ଉପଲକ୍ଷେ ଏହି ସପ୍ତାହ କୁ ” ସେବା ପକ୍ଷ ସପ୍ତାହ ” ରୂପେ ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି| | ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ରୁ ପୂର୍ବତନ ସଦର ବିଧାୟକ ଅନାମ ନାୟକ ଙ୍କ ନେତୃତ୍ଵରେ ରେ କେସିଙ୍ଗା ବିଜେପି କାର୍ଯ୍ୟାଳୟ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |
ଏହି ବୈଠକରେ ତା ୧୭,୦୯,୨୫ ରିଖ ଦିନ ଏକ ମେଗା ରକ୍ତଦାନ ଶିବିର କେସିଙ୍ଗା ତେରାପନ୍ଥ ଭବନ ରେ ଅନୁଷ୍ଠିତ ହେବ, ତା ୨୦,୦୯,୨୫ ରିଖ ଦିନ ସ୍ଵଚ୍ଚ ଭାରତ କାର୍ଯ୍ୟକ୍ରମ,ତା ୨୫,୦୯,୨୫ ରିଖ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ର ଜୟନ୍ତୀ ଅବସରରେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ, ତା ୨୭,୦୯,୨୫ ରିଖ ଦିନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ତା ୦୨,୧୦,୨୫ ରିଖ ଦିନ ଗାନ୍ଧୀ ଜି ଓ ଶାସ୍ତ୍ରୀ ଜି ଜୟନ୍ତୀ ଉପଲକ୍ଷେ ମୂର୍ତ୍ତୀ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି |
ଏହି ଅବସରରେ ଉପସ୍ଥିତ ଥିଲେ କେସିଙ୍ଗା ନଗର ସଭାପତି ପିଙ୍କୁ ପରିଡା, ଜିଲ୍ଲା ସମ୍ପାଦକ ସନ୍ତୋଷ ଦାସ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ନମିତା ରାଣୀ ସାହୁ, ପୂର୍ବତନ ସଭାପତି ପ୍ରଶାନ୍ତ ବାନାର୍ଜୀ, ଉପସଭାପତି ପ୍ରୀତେଶ ପଟେଲ,ଛେଲା ଉଦ୍ଭବ ସାହା,ସାଧାରଣ ସମ୍ପାଦକ ଯୁଗଳ ଦୀପ, ବରିଷ୍ଠ ସଦସ୍ୟ କୈଳାଶ ଜୈନ, ବବର ଜୈନ, ସୁଧୀର ସାହୁ, ଚରଣ ମହଲା ସହ କେସିଙ୍ଗା ବିଜେପି କର୍ମୀ