ଧର୍ମଗଡ ୦୧/୯(ହେମନ୍ତ କୁମାର ମାଝୀ) କିଛିଦିନ ତଳେ ବିହାର ରାଜ୍ୟ ର ଦରଭଙ୍ଗା ରେ ଏକ ଜନସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ଙ୍କ ନେତୃତ୍ୱରେ କଂଗ୍ରେସ ଦଳ ତରଫରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ମାତା ଙ୍କ ପ୍ରତି କରିଥିବା ଅଶାଳୀନ ଅପଶବ୍ଦ କୁ ଧର୍ମଗଡ ବିଜେପି ପକ୍ଷରୁ ଦୃଢ ବିରୋଧ କରିବା ସହ ଧର୍ମଗଡ ରାଜ ହୋଟେଲ ରୁ ନଗର ପରିକ୍ରମା କରି ଧର୍ମଗଡ ଚାରିଛକ ଠାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଙ୍କ କୁଶପୁତ୍ତଳିକା ଦାହ କରିଥିଲେ ବିଜେପି କର୍ମୀ।

ଏଭଲି ଅଶାଳୀନ ମନ୍ତବ୍ୟ ରୁ କଂଗ୍ରେସ ନିବୃତ ରହୁ ,ନଚେତ ଆଗାମୀ ଦିନରେ ଦେଶ ରେ ଲୋକେ ରାହୁଲ ଗାନ୍ଧୀ ଙ୍କୁ ଘୃଣା କରିବେ ବୋଲି କହିଛନ୍ତି।ଏହି ବିରୋଧ ପ୍ରଦର୍ଶନ ରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ନଗର ପାଳ ଅଶୋକ ମହାନ୍ତି, ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ହୃଷିକେଶ ମିଶ୍ର, ପୂର୍ବତନ ଜିଲ୍ଲା ସଭାପତି ଧନଞ୍ଜୟ ପାତ୍ର, ମନୀନ୍ଦ୍ର ପାତ୍ର, ଅପରେଶ ସ୍ୱାଇଁ, ଛିଲିପା ସରପଞ୍ଚ ବିଭୁଦତ୍ତ ପ୍ରଧାନୀ, ଚତୁର୍ଭୁଜ ତାଣ୍ଡି, ଲଳିତ ବାଗ, ସୈାରଭ ମିତ୍ତଲ, ବାଞ୍ଛାନିଧି ଯୋଶୀ,ମନିଦ୍ର ଭୂଷଣ ପାତ୍ର, ଲକ୍ଷ୍ମଣ ମେହେର, ମଧୁସୂଦନ ଜାଲ, ସୁକାନ୍ତି ସା, ମମତା କାଶ୍ୟପ, ଶିଶୁଦେବ ମୁଣ୍ଡ,ହେମନ୍ତ ମାଝୀ, ସମେତ ଅନେକ ବିଜେପି କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।