
ନବରଙ୍ଗପୁର :ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦାଶିବ ସମ୍ମିଳନୀ କକ୍ଷରେ ଜିଲ୍ଲା ଜୁନିଅର ରେଡକ୍ରସ ସଭାପତି ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଛତ୍ରପତି ସାହୁ ଙ୍କ ସଭାପତିତ୍ବ ରେ ତା ୨୦/୦୮/୨୫ ରିଖ ରେ ଜିଲ୍ଲା ଜୁନିଅର ରେଡକ୍ରସ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କେଶବ ମେହେର , ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ଚିତ୍ତରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ରୂପେ ଜିଲ୍ଲା ରେଡକ୍ରସ ସମ୍ପାଦକ,ଅଗ୍ନିଶମ ବିଭାଗ ଅଧିକାରୀ, ଜିଲ୍ଲା ୟୁଥ୍ ରେଡକ୍ରସ ସମ୍ପାଦକ,ସ୍କାଉଟଗାଇଡ କମିଶନର୍ ,ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ,ପ୍ରଧାନ ଶିକ୍ଷକ ଓ ଜୁନିଅର ରେଡକ୍ରସ କାଉନସିଲର ମାନେ ଉପସ୍ଥିତ ଥିଲେ। ଜିଲ୍ଲା ଜୁନିଅର ରେଡକ୍ରସ ସହ ସମ୍ପାଦକ ଶ୍ରୀ ନଳିନୀକାନ୍ତ ପାତ୍ର ସମସ୍ତଙ୍କୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଜିଲ୍ଲା ଜୁନିଅର ରେଡକ୍ରସ ସମ୍ପାଦକ ଶ୍ରୀ ପ୍ରଭାତ କୁମାର ପଟ୍ଟନାୟକ ବୈଠକର ଆଭିମୁଖ୍ୟ ବ୍ୟକ୍ତ କରିଥିଲେ।ଆଗାମୀ ଦିନରେ ଜିଲ୍ଲା ରେ ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ କୁ ତ୍ବରାନିତ କରିବା ପାଇଁ ସମସ୍ତେ ମିଳିତ ସହଯୋଗ କରିବାକୁ ସଙ୍କଳ୍ପ କରିଥିଲେ।
ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ଶ୍ରୀମତୀ ପ୍ରକାଶିନୀ ଚୋୖଧୁରୀ ଗତ ଶିକ୍ଷା ବର୍ଷ ର ବିବରଣୀ ପାଠ ,ଚଳିତ ଶିକ୍ଷା ବର୍ଷ ପାଇଁ ଯୋଜନା ଗୁଡିକ ଉପସ୍ଥାପିତ କରିଥିଲେ।ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କ ସହମତି ପ୍ରାପ୍ତ ପରେ କାଉନସିଲର ଶ୍ରୀ ପ୍ରୀତମ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ଶ୍ରୀମତୀ ପ୍ରକାଶିନୀ ଚୋୖଧୁରୀ ପରିଚାଳନା କରିଥିଲେ।