
ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ) ଆଜି ହେଉଛି ପବିତ୍ର ରାକ୍ଷୀ ବନ୍ଧନ .. ଭାଇ ହାତରେ ଭଉଣୀ ଭାଇ ଦୀର୍ଘାୟୁ କାମନା କରି ହାତରେ ବାନ୍ଧିଥାଏ ସୁରକ୍ଷା ଡୋରି! ଏହି ପର୍ବ ଆଜି ପୁର ପଲ୍ଲୀ ଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଆନନ୍ଦ ଉଲ୍ଲାସ ରେ ଚାଲୁଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପୋଲିସ ପକ୍ଷରୁ ଆଜି ଏହି ପବିତ୍ର ଦିନରେ ସମସ୍ତ ଙ୍କୁ ଭାଇ ର ଆଖ୍ୟା ଦେବା ସହ ଏକ ନିଆଁରା ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ କରୁଥିବା ଦେଖିବାକୁ ମିଳିଛି!
ଯେମିତି ଭାଇ ର ଦୀର୍ଘାୟୁ କାମନା ପାଇଁ ଭଉଣୀ ରାକ୍ଷୀ ବାନ୍ଧି ଥାଏ ସେହିପରି ରାସ୍ତା ରେ ଯାନ ବାହାନ ଚଳାଚଳ କରୁଥିବା ବାଇକ ଚାଳକ ଜୀବନ ସୁରକ୍ଷା କୁ ଦୃଷ୍ଟି ରେ ରଖି ଚାଳକ ଙ୍କ ହାତରେ ରାକ୍ଷୀ ବାନ୍ଧିଥିଲା ପୋଲିସ!
ଏପରିକି ଯେଉଁ ଚାଳକ ସଡ଼କ ସୁରକ୍ଷା ନିୟମ ମାନିବା ସହ ନିଜ ଜୀବନ କୁ ସୁରକ୍ଷା ରଖି ଯାନ ବାହାନ ଚଳାଚଳ କରୁଥିବା ଉକ୍ତ ଚାଳକ ଙ୍କ ହାତରେ ରାକ୍ଷୀ ବାନ୍ଧି ଥିବା ବେଳେ ଯିଏ ସଡ଼କ ସୁରକ୍ଷା ନିୟମ କୁ ନମାନି ତାକୁ ଫାଇନ କାଟୁଥିବା ଦେଖିବାକୁ ମିଳିଥିଲା.. ପୋଲିସ ଙ୍କ ଏଭଳି ନିଆରା ରକ୍ଷା ବନ୍ଧନ କାର୍ଯ୍ୟକ୍ରମ କୁସାଧାରଣ ରେ ବେଶ ପ୍ରଶଂସନୀୟ କରାଯଉଥିବା ଦେଖିବାକୁ ମିଳିଥିଲା l