ନବରଙ୍ଗପୁର ତା ୪.୮.୨୦୨୫: ଆଜି ତହସିଲଦାର କାର୍ଯ୍ୟଳୟ ନିକଟସ୍ଥ ଓର୍ମାସ ସହଯୋଗରେ ବିଭିନ୍ନ ମହିଳା ଗୋଷ୍ଠୀ ଦ୍ଵାରା ବିଭିନ୍ନ ଶସ୍ୟ ତଥା ସ୍ଥାନୀୟ ପରିବେଶ ଅନୁକୂଳ ହାତ ତିଆରି ରାକ୍ଷୀ ପ୍ରସ୍ତୁତ ପୂର୍ବକ ଏକ “ନିଆରା ରାକ୍ଷୀ ର ସମ୍ବାର” ରାକ୍ଷୀ ବିକ୍ରୟ କେନ୍ଦ୍ର ଉଦ୍ଘାଟନ ହୋଇଯାଇଛି। କୋଷଗୁମୁଡ଼ା ବ୍ଲକ୍ ର ଧନଲକ୍ଷ୍ମୀ ,ଭୈରବୀ ଓ ମହିମା ସ୍ଵଂୟ ସହାୟକ ମହିଳା ଗୋଷ୍ଠୀ ସଭ୍ୟ ଙ୍କ ଦ୍ଵାରା ଏହି ରାକ୍ଷୀ ପ୍ରସ୍ତୁତ କରାଯାଇଛି।

ଏହା ରାକ୍ଷୀ ନିରନ୍ତର ବିକାଶ ର ପରିଚୟ ସହ ଜୈବିକ କ୍ଷୟଯୋଗ୍ୟ ଓ କ୍ଷତିକାରକ ବର୍ଜ୍ୟ ବସ୍ତୁ ପ୍ରତିରୋଧକ ଅଟେ।ଏହି ରାକ୍ଷୀ ବିକ୍ରୟ କେନ୍ଦ୍ର କୁ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ଓ ଜିଲ୍ଲାପାଳ ଡ ମହେଶ୍ଵର ସ୍ୱାଇଁ ଉଦ୍ଘାଟନ କରିଥିଲେ ଏବଂ ରାକ୍ଷୀ ପ୍ରସ୍ତୁତ କରିଥିବା ମହିଳାମାନଙ୍କୁ ଉତ୍ସାହିତ କରିଥିଲେ।

ମାନ୍ୟବର ବିଧାୟକ ନିଜ ବକ୍ତବ୍ୟରେ ମା ମାନଂକ ଦ୍ଵାରା ପ୍ରସ୍ତୁତ ରାକ୍ଷୀ କୁ କିଣିବା ଓ ସେମାନଙ୍କ ଆର୍ଥିକ ସମୃଦ୍ଧି ପାଇଁ ସହଯୋଗ କରିବାକୁ ଅନୁରୋଧ କରିଥିଲେ।ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ନବରଙ୍ଗପୁର, ସହକାରୀ ସି ଇ ଓ,ଓରମାସ ଏ. ଉମା ମହେଶ,ଡି ଆଇ ପି ଆର୍ ଓ ମନୋଜ ବେହେରା,ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ,ଉପ ନିର୍ଦ୍ଦେଶକ ଯୋଜନା ଓ ସମନ୍ବୟ ଏଶ୍ଚର୍ଯ୍ୟ ଭଞ୍ଜ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।