
ନବରଙ୍ଗପୁର: ୨୭/0୭ (ବେଣୁ ଗୋପାଳ ରାଓ)ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଅଲ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କରସ ଆସୋସିଏସନ ନବରଙ୍ଗପୁର ଜିଲ୍ଲା ତରଫରୁ ତା୨୭.୦୭.୨୦୨୫ରିଖ ନବରଙ୍ଗପୁର ଜିଲ୍ଲା ୨୭-ତମ ବାର୍ଷିକ ସମ୍ମିଳନୀ ବୈରବ କଲ୍ୟାଣ ମଣ୍ଡପ ଗରାମୁଣ୍ଡା, ନବରଙ୍ଗପୁର ଠାରେ ମହା ସମାରୋହରେ ଅନୁଷ୍ଠିତ ହେଇଯାଇଛି । ସମ୍ମିଳନୀରେ ସଭାପତି ଭାବେ ଶ୍ରୀ ବାଙ୍କ ବିହାରୀ ବିଷୋୟୀ, ମୁଖ୍ୟ ଅତିଥି : ଅଙ୍ଗନଵାତି ସଂଘ ରାଜ୍ୟ ସାଧାରଣ ସମ୍ପାଦିକା କୁଞ୍ଚଲତା ଦାସ, ଜିଲ୍ଲା ଉପଦେଷ୍ଟା: ଶ୍ରୀଯୁକ୍ତ ପରମେଶ୍ବର ବିଷୋୟୀ, ଭାରତୀୟ ମଜଦୁର ସଂଘ, ଜିଲ୍ଲା ସମ୍ପାଦକ ବିଷ୍ଣୁପ୍ରସାଦ ବିଷୋୟୀ, ଅଙ୍ଗନବାଡି ସଂଘ ରାଜ୍ୟ ସଭ୍ୟା-ସବିତା ନାୟକ, ଜିଲ୍ଲା ସଭାନେତ୍ରୀ: କୁମାରୀ ଭାଗ୍ୟବତୀ ଷଡଙ୍ଗୀ, ଜିଲ୍ଲା କୋଷାଧ୍ୟକ୍ଷା ମମତା ବ୍ରହ୍ମା, ଯୋଗଦେଇ ବିଶିଷ୍ଟ ମହା ପୁରୁଷ ଙ୍କ ଫୋଟ ଚିତ୍ର ରେ ପୁଷ୍ପ ଅର୍ପଣ କରିଥିଲେ !
ପରେ ଉପସ୍ଥିତ ଅତିଥି ମାନେ ନିଜ ନିଜ ର ଭାଷଣ ମାଧ୍ୟ୍ୟମରେ ଭାରତୀୟ ମଜଦୁର ସଂଘ ଭାରତବର୍ଷର ସର୍ବ ବୃହତ ଶ୍ରମିକ ସଂଗଠନ, ଭାରତ ସରକାରଙ୍କ ଦ୍ବାରା ମାନ୍ୟତା ପ୍ରାପ୍ତ, ଭାରତୀୟ ସଂସ୍କୃତି ଓ ବିଚାରଧାରାକୁ ଆଧାର କରି ଅଙ୍ଗନବାଡି ସଂଘ କାମ କରି ଆସୁଛି। ନବରଙ୍ଗପୁର ଜିଲ୍ଲା ଅଙ୍ଗନଵାଡି ସଂଘ ନିଷ୍ଠାପର ଭାବେ କାମ କରି ଆସୁଅଛି। ନବରଙ୍ଗପୁର ଜିଲ୍ଲାକୁ ପ୍ରଗତି ପଥରେ ଅଗ୍ରସର କରି, ସବୁରି ମୁହଁରେ ହସ ଫୁଟାଇବାର ପ୍ରଚେଷ୍ଟା କରାଯାଉଛି। ନବରଙ୍ଗପୁର ଜିଲ୍ଲାରେ ଅଙ୍ଗନୱାଡି ସଂଘ, ସଂଗଠନର ସଭ୍ୟ ମାନଙ୍କୁ ଦେଶାତ୍ମକ ଚିନ୍ତାଧାରାରେ ଅନୁପ୍ରାଣିତ କରି ଶିଶୁ, ମହିଳା ଓ କିଶ୍ବରୀ ମାନଙ୍କର ସର୍ବାଙ୍ଗୀନ ବିକାଶ କରିବା ପାଇଁ ପ୍ରଚେଷ୍ଟା କରାଯାଉଛି। ଅଙ୍ଗନବାଡି କର୍ମିମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ବ୍ଲକ ଓ ଜିଲ୍ଲା ତଥା ରାଜ୍ୟ ପ୍ରଶାସନ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଯାଉ। ଅଙ୍ଗନୱାଡି କର୍ମିମାନଙ୍କ ଦାବୀ ପୁରଣ ପାଇଁ ବ୍ଲକ ଓ ଜିଲ୍ଲା ତଥା ରାଜ୍ୟ ଓ କେନ୍ଦ୍ର ସ୍ତରରେ ଧାରଣା ରାଲି କରି ଦାବୀ ପତ୍ର ଦିଆଯାଉଛି।
ଗତ ୨୦୧୭ ଜୁଲାଇ ମାସରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଅଙ୍ଗନଵାଡି କର୍ମିମାନଙ୍କର ଦୀର୍ଘ ୪୨ ଦିନ ଧାରଣା ଦିଆଯାଇଥିଲା, ଏହି ଆନ୍ଦୋଳଣ ଯୋଗୁଁ ଗତ ସରକାର ଅଙ୍ଗନୱାଡି କର୍ମିମାନଙ୍କର ଦୁଇ ହଜାର ଟଙ୍କା ବୃଦ୍ଧି କରିଥିଲେ। ଓ ଡିସେମ୍ବର – ୨୦୨୩ ମସିହାରେ ମଧ୍ୟ ୪୬ ଦିନ ଧାରଣା ଦେଲା ପରେ ନିର୍ବାଚନ ପୁର୍ବରୁ ଦୁଇ ହଜାର ପାଞ୍ଚଶହ ଟଙ୍କା ବୃଦ୍ଧି କରିଥିଲେ। ଜିଲ୍ଲାର ଅନ୍ୟ କେତୋଟି ବ୍ଲକରେ ଥିବା ଅଙ୍ଗନୱାଡି କର୍ମୀ ମାନେ ଧରଣା ସମୟଗୁଁ ସଂଗଠନ ସହିତ ଜଡିତ ହେଲେ। ଏବଂ ସମସ୍ତ ଅଙ୍ଗନଵାତି କର୍ମିମାନଙ୍କର ଆର୍ଥିକ ସହଯୋଗରେ ସଂଗଠନ ପାଇଁ ନୀଳକଣ୍ଠଗୁଡା ଠାରେ ସଂଘ କାର୍ଯ୍ୟାଳୟ ଗୃହ ସକାଶେ ତିନି ସେଣ୍ଟ ଜମି ତିନିଲକ୍ଷ ପଚାଷ ହଜାର ଟଙ୍କାରେ କିଣାଯାଇ ସଂଘ ନାମରେ ରେଜିଷ୍ଟ୍ରେସନ କରାଯାଇପାରିଛି। ୟୁନିୟନର ନିଜସ୍ୱ କାର୍ଯ୍ୟାଳୟ ଗୃହ ତିଆରି ପାଇଁ ଗତ ନବରଙ୍ଗପୁର ବିଧାୟକ ଶ୍ରୀଯୁକ୍ତ ମନୋହର ରନ୍ଧାରୀ ତାଙ୍କ ନିଜସ୍ବ ଫଣ୍ଡରୁ ତିନି ଲକ୍ଷ ପଚାଷ ହଜାର ଟଙ୍କା ପ୍ରଦାନ କରିଥିଲେ ତାହା ଅଧା କାମ ହୋଇ ରହିଛି, ବର୍ତ୍ତମାନ ନବରଙ୍ଗପୁର ବିଧାୟକ ଶ୍ରୀଯୁକ୍ତ ଗୌରିଶଙ୍କର ମାଝୀ ଉକ୍ତ ଗୃହ ତିଆରି ପାଇଁ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।।
ଯେତେବେଳେ ସାରା ଦେଶ ମାତୃ ଓ ଶିଶୁ ମୃତ୍ୟୁ ପାଇଁ ବିଶ୍ବରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା ବେଳେ ୦୨.୧୦.୧୯୭୫ ମସିହା ଡବ୍ଲୁ.ଏଚ.ଓ ଦ୍ବାରା ପାଇଲଟ ପ୍ରଜେକ୍ଟ ଭାବରେ ସୁନ୍ଦରଗଡ ଜିଲ୍ଲାର ସବଡେଗା ବ୍ଲକରେ ସମ୍ମନ୍ବିତ ଶିଶୁ ବିକାଶ ଯୋଜନାର ଶୁଭାରମ୍ଭ ହୋଇଥିଲା ପରପଖୀ ସମୟରେ ଭାରତର ଅନ୍ୟ ରାଜ୍ୟ ଓ ଓଡିଶାର ଅନ୍ୟଜିଲ୍ଲା ମାନଙ୍କରେ ସମ୍ମନ୍ବିତ ଶିଶୁ ବିକାଶ ଯୋଜନାର ଅଙ୍ଗନଵାଡି କେନ୍ଦ୍ର ଖୋଲାଯାଇଥିଲା।ସେତେବେଳେ ଅଙ୍ଗନବାଡି କର୍ମିମାନେ ସମାଜର ପ୍ରତିସ୍ତରରେ ନିର୍ଯ୍ୟାତିତ, ନିଷ୍ପେସିତ, ଶୋସିତ ଓ ଅବହେଳିତ ରହୁଥିଲେ, ୧୯୬୮ ମସିହା ଆଜିର ଜଗତସିଂହପୁର ଜିଲ୍ଲା ପୁର୍ବର କଟକ ଜିଲ୍ଲାର ବାଲିକୁଦା ବ୍ଲକରୁ ଅଙ୍ଗନଵାଡି ସଂଘ ଜନ୍ମ ନେଇଥିଲା, ଶ୍ରୀଯୁକ୍ତ ସରୋଜ କୁମାର ମିତ୍ର ଭାରତୀୟ ମଜଦୁର ସଂଘ ରାଜ୍ୟ ସଭାପତି, ଅଙ୍ଗନଵାତି ମା-ଭଉଣୀମାନଙ୍କୁ ସଂଗଠିତ କରିବା ପାଇଁ ସ୍ୱପ୍ନ ଦେଖିଥିଲେ, ଶ୍ରୀଯୁକ୍ତ ବସ୍ତ୍ରନ୍ତ ସାହୁଙ୍କ ମାଧ୍ୟମରେ ୧୯୬୮ ମସିହାରେ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ଵାର୍କରସ ଏସୋସିଏସନ ଜନ୍ମ ଗ୍ରହଣ କରିଥିଲା ବଡ ଖୁସିର ବିଷୟ ଅଙ୍ଗନୱାଡି କ୍ଷେତ୍ରରେ ପ୍ରଥମେ ଓଡିଶାରୁ ସଂଗଠନ ଆରମ୍ଭ କରି ସାରା ଭାରତର ପ୍ରତି ରାଜ୍ୟ, ଜିଲ୍ଲା, ବ୍ଳକ ଓ ପଞ୍ଚାୟତ ପର୍ଯ୍ୟନ୍ତ କାୟା ବିସ୍ତାର କରିଥିଲା।
୧୯୮୮ ମସିହାରେ ବସନ୍ତ ଭାଇଙ୍କ ପ୍ରଚେଷ୍ଟା ଫଳରେ ଭାରତୀୟ ମଜଦୁର ସଂଘ ଦ୍ବାରା ରେଜିଷ୍ଟ୍ରି ଭୁକ୍ତ କରାଯାଇଥିଲା। ଆମର ସ୍ଲୋଗାନ ‘’”ହାମ ଭାରତ କା ନାରୀ ହେ, ଫୁଲ ନେହି ସିଙ୍ଗାରି ହୈ, ହାମକୋ ଯୋ ଟକରାଏଗା ଚୁର ଚୁର ହୋ ଯାଏଗା”, ଏହି ନାରା ଥିଲା। ନବରଙ୍ଗପୁର ଜିଲ୍ଲାର ଜନସାଧାରଣ ଓ ସରକାରୀ କାମକୁ ତ୍ବରାନିତ କରିବା ତଥା ଶିଶୁ ମୃତ୍ୟୁ ହାର, ମାତୃ ମ୍ୟୁତ୍ୟୁ ହାର କମାଇବା ପାଇଁ ମାନ୍ୟବର ସାଂସଦ, ମାନ୍ୟବର ବିଧାୟକ ଓ ଜିଲ୍ଲା ପାଳ ଶ୍ରୀଯୁକ୍ତ ଶୁଭଙ୍କର ମହାପାତ୍ରଙ୍କ ସହାୟତା ଏକାନ୍ତ ଆବଶ୍ୟକ। ଜିଲ୍ଲା ପ୍ରଶାସନ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଅଙ୍ଗନୱାଡି ସଂଘକୁ ସକରାତ୍ମକ ସହଯୋଗ କରିଥିବାରୁ ସେମାନଙ୍କୁ ସାଧୁବାଦ ଜଣାଉଛୁ ବୋଲି କହିଥିଲେ !ନବରଙ୍ଗପୁର ଜିଲ୍ଲା ପ୍ରଶାସନ, ସମସ୍ତ! ବି.ଏମ.ଏସ ଭାଇମାନେ, ମୋର ସମସ୍ତ ଅଙ୍ଗନୱାଡି କର୍ମୀ ଭଉଣୀ, ନବରଙ୍ଗପୁର ସାଂସଦ, ନବରଙ୍ଗପୁର ବିଧାୟକ ତଥା ସାମ୍ବାଦିକ ଓ ଇଲେକଟ୍ରନିକ ଗଣ ମାଧ୍ୟମ ପ୍ରତିନିଧି ବନ୍ଧୁମାନେ ସହଯୋଗ କରିଥିବାରୁ ସେମାନଙ୍କୁ ଅଶେଷ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇବା ସାଥେ ସାଥେ ମୋର ଏକ ବର୍ଷର ସମ୍ପାଦକ ବୀବରଣି ପାଠକରିଥିଲେ !