ବୌଦ୍ଧ ( ଚିତ୍ତରଞ୍ଜନ ସିଂହ) ଗତ କାଲି ପ୍ରବଳ ବର୍ଷା ରେ ଅନେକ ସ୍ଥାନରେ ଦେଖାଦେଇଛି ବନ୍ୟାପରିସ୍ଥିତି I ଏପଟେ ଆଜି ରାସ୍ତା ଉପରେ 4ଫୁଟ ପାଣି ପ୍ରବାହିତ ହେଉଥିବା ବେଳେ ମନମୁଣ୍ଡା ଓ ସଗଡା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହିତ ଯାତାୟାତ ଠପ ହୋଇଛି I ବନ୍ୟା ପାଣିରେ ଭାସିଗଲା ଟ୍ରାକ୍ଟର I

ବୌଦ୍ଧ ଜିଲ୍ଲା ଶଗଡ଼I ରାସ୍ତାର କୁରୁମୁଣ୍ଡା ରାସ୍ତା ଉପରେ 4ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିବା ବେଳେ ମନମୁଣ୍ଡା ଅଂଚଳରୁ ଶଗଡ଼I ଅଂଚଳ ମଧ୍ୟରେ ଯାତାୟାତରେ ବାଧାପ୍ରାପ୍ତ ହୋଇଛି I

ଏପଟେ ଏକ ଟ୍ରାକର ରାସ୍ତା ପାର ସମୟରେ ପାଣିର ପ୍ରଖର ସ୍ରୋତରେ ଟ୍ରାକର ଟି ଭାସିଯାଇଥିବା ବେଳେ ଚାଲକ ଓ ସହଯୋଗି ଅଳ୍ପକେ ବର୍ତ୍ତୀଯାଇଛନ୍ତି। ଅନ୍ୟପଟେ ଦୀର୍ଘଦିନ ବର୍ଷ ହେବ ଉକ୍ତ ନାଳ ଉପରେ ପୋଲ ନିର୍ମାଣ ପାଇଁ ଅଭିଯୋଗ କରିଆସୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି। କେବେ ଏହି ନାଳ ଉପରେ ଉଚ୍ଚ ବ୍ରିଜ ନିର୍ମାଣ କରିବା ସହିତ ଲୋକଙ୍କ ଗୁହାରି ସୁନୁଛି ପ୍ରଶାସନ ତାହା ଦେଖିବାକୁ ବାକି ରହିଲା ।