
ସମଗ୍ର ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଥିବା ଘଟଣା ବର୍ତମାନ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣା।
କାଶୀପୁର ( ଅଞ୍ଜନ କୁମାର ନାଏକ)ଓଡିଶା ରାଜନୀତି ମହଲ ରେ ନେତାମାନେ ସୌମ୍ୟାଶ୍ରୀ ଅଘଟଣ ରେ ନ୍ୟାୟ ପ୍ରତିବାଦ ରେ ଉଭୟଙ୍କୁ କାଦୁଅ ଫିଙ୍ଗା ଚାଲିଛି। ସୌମ୍ୟାଶ୍ରୀ ବିଶି ବାଲେଶ୍ୱର ଫକୀରମହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଅଧ୍ୟୟନରତ ଛାତ୍ରୀ ଥିଲେ। ତାଙ୍କୁ ଅନେକ ଦିନରୁ ଯୋଉନ ଓ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ସେ ଦୀର୍ଘ ୬ ମାସ କାଳ ଧରି ଜଣେ ଅଧ୍ୟାପକ ବିରୋଧରେ ବିଭିନ୍ନ ସମୟରେ କୋଲେଜ କର୍ତ୍ତୃପକ୍ଷ, ଜିଲ୍ଲା ଓ ପୋଲିସ ପ୍ରଶାସନ, ବିଧାୟକ, ସଂସଦ, ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ, ଗୃହ ବିଭାଗ ଦାଇତ୍ୱ ରେ ଥିବା ମୁଖ୍ୟମନ୍ତ୍ରୀ, ଓ ଜାତୀୟ ମହିଳା ଆୟୋଗ ପ୍ରମୁଖଙ୍କୁ ନ୍ୟାୟ ପାଇଁ କାକୁତି ମିନତୀ ହୋଇଥିଲେ ସୁଦ୍ଧା କେହି ତାଙ୍କୁ ସାହାଯ୍ୟ କରିନଥିବା ବିଭିନ୍ନ ଗଣମାଧ୍ୟମ ରେ ସେ ପ୍ରକଶ କରିଥିଲେ।
ଶେଷରେ ସେ ଆତ୍ମହତ୍ୟା ଉଦ୍ୟମର ଷଡଯନ୍ତ୍ର ରେ ଛନ୍ଦି ହୋଇ ଗତ ତା ୧୨/୭/୨୫ ଆତ୍ମାହୁତି ଦେଇଥିଲେ। ଏଇମ୍ସ ରେ ଦୁଇଦିନ କାଳ ମୃତ୍ୟୁ ସହ ସଂଘର୍ଷ କରି ଚିକିତ୍ସିତ ଅବସ୍ଥାରେ ସୌମ୍ୟା ଙ୍କ ମୃତ୍ୟୁ ହୋଇ ଥିଲା।ବିଧାୟକ ରୁ ସାଂସଦ, ସାଂସଦ ରୁ ମନ୍ତୀ, ମୁଖ୍ୟମନ୍ତ୍ରୀ ଓ କୋଲେଜ କତୃପକ୍ଷଙ୍କ ଠାରୁ ଜିଲ୍ଲା ପ୍ରଶାସନ ଏବଂ ଜାତୀୟ ମହିଳା ଆୟୋଗ ଭଳି ସମସ୍ତ ସିଷ୍ଟମ ସୌମ୍ୟା ଙ୍କ ସମସ୍ୟାରେ ଅବଗତ ଥାଇ ମଧ୍ୟ ତାଙ୍କୁ ନ୍ୟାୟ ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ ବିଫଳ ହେବା ପରେ ଘଟଣାକୁ ଲୁଚାଇ ଦେବାକୁ ପ୍ରୟାସ କରି ବର୍ତମାନ ରାଜନୀତିର ଚକ୍ରାନ୍ତ କରୁଛି ବିଜେପି ସରକାର ବୋଲି ପ୍ରାଦେଶିକ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଆଭାନ କ୍ରମେ ଗତ ତା ୧୭/୭/୨୫ ରିଖରେ ସମଗ୍ର ରାଜ୍ୟରେ ସୌମ୍ୟାଶ୍ରୀ ବିଶି ଙ୍କୁ ନ୍ୟାୟ ଏବଂ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରି ଓ ମୁଖ୍ୟମନ୍ତ୍ରୀ ଇସ୍ତପା ଦାବୀ ନେଇଁ ରାଜ୍ୟ ରେ ବନ୍ଦ ଡାକରା ଦେଇଥିଲେ। ଏହାରି ପ୍ରଭାବ ରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଏହି ବନ୍ଦ ପାଳନ ବେଳେ ବ୍ଲକ ରେ ସ୍କୁଲ, କୋଲେଜ, ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ହୋଇଥିଲା।