ବିଭିନ୍ନ ପ୍ରକଳ୍ପ ର ଉଦଘାଟନ ସହିତ ଏକ ପେଡ଼ ମା କେ ନାମ କାର୍ଯ୍ୟକ୍ରମ

ହରଭଙ୍ଗା :(ଚିତ୍ତରଞ୍ଜନ ସିଂ).ବୌଦ୍ଧ ଜିଲ୍ଲା କୁ ଦିନିକିଆ ଗସ୍ତ ରେ ବ୍ରହ୍ମପୁର ସର୍କଲ ଆର ସି ସି ଏଫ ଭି ନୀଳାନ୍ନାବର l ଗତ କାଲି ରାତ୍ରି ବୌଦ୍ଧ ଜିଲ୍ଲା ଡମର ଗାଡ଼ ଇକୋ ଟୁରିଜିୟ ଠାରେ ରାତ୍ରି ଯାପନ କରି ଆଜି ବୌଦ୍ଧ ବନଖଣ୍ଡ ର ବିଭିନ୍ନ ପ୍ରକଳ୍ପ, ପ୍ଲାଣ୍ଟେସନ, ୱାଚ ଟାୱାର ପରିଦର୍ଶନ ସହିତ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଓଡିଶା ସରକାର ଙ୍କ “ଏକ ପେଡ ମା କେ ନାମ “ଅବସରରେ ବୃକ୍ଷ ରୋପଣ କରିଥିଲେ l

ସେହିପରି ବାମଣ୍ଡା ମେଗା ନର୍ସରୀ, ବିରନରସିଂପୁର ସ୍ଥାୟୀ ନର୍ସରୀ ବୁଲି ଦେଖିବା ସହିତ ବୌଦ୍ଧ ବନଖଣ୍ଡ ପୁରୁଣା କଟକ ରେଞ୍ଜ ଅଧିନସ୍ଥ ଯାଜପୁର ସଂରକ୍ଷିତ ଜଙ୍ଗଲ କ.ନଂ 4ରେ (ମଣିପୁର ) ନୂତନ ଭାବେ ହୋଇଥିବା ୱାଚ ଟାୱାର, ପଲାସା କୁଟୁଣୀ କ୍ଷୁଦ୍ର ଜଳ ସେଚନ ନିକଟରେ ହୋଇଥିବା ୱାଚ ଟାୱାର ର ଶୁଭ ଉଦ୍ଘାଟନ ଓ ମା ନାମରେ ଗଛ ଟିଏ ନେଇ ବୃକ୍ଷ ରୋପଣ କରିଥିଲେ l ତତ ପରେ ମାଧପୁର ରେଞ୍ଜ ଆଡ଼େନି ଗଡ଼ ଫରେଷ୍ଟ କ୍ଯୁଟର ଉଦଘାଟନ ପରେ ରାଣୀଗଞ୍ଜ ଗୋରାସାହି ଗ୍ରାମ୍ୟ ଜଙ୍ଗଲ ରେ10ହେକ୍ଟର କ୍ଷେତ୍ର ଫଳରେ ସବୁଜ ମହାନଦୀ ମିଶନ କୁତ୍ରିମ ବନିକରଣ 2025/26 ଆର୍ଥିକ ବର୍ଷ ରେ 25 ହଜାର ବୃକ୍ଷ ରୋପଣ ପ୍ଲାଣ୍ଟ ଉଦଘାଟନ ସହିତ ବୃକ୍ଷ ରୋପଣ କରି ଖୁସି ବ୍ୟକ୍ତ ହୋଇଥିଲେ l

ପରେ ମାଧପୁର ରେଞ୍ଜ ପରିସରରେ ହୋଇଥିବା ନୂତନ ବନପାଳ କୋଠା ଉଦଘାଟନ କରିଥିଲେ l ଆର ସି ସି ଏଫ ଙ୍କ ଏହି ଗସ୍ତ ଓ କାର୍ଯ୍ୟକ୍ରମ ରେ ପି ସି ସି ଏଫ ସୁରେଶ ପାଣ୍ଟ, ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପୋ, ଏ ସି ଏଫ ମିନାକ୍ଷୀ କୁମରା, ପୁରୁଣାକଟକ ରେଞ୍ଜ ଅଧିକାରୀ ତଥା ଏ ସି ଏଫ ଜୟନ୍ତ କୁମାର ଦାଶ, ମାଧପୁର ରେଞ୍ଜ ଅଧିକାରୀ ଆସିକ କୁମାର ଦିଗାଲ, ରେଞ୍ଜ ର ସମସ୍ତ ବନପାଳ, ବନରଖି, ସ୍କ୍ୱାର୍ଡ ଟିମ ଉପସ୍ଥିତ ରହିଥିଲେ l