
ନବରଙ୍ଗପୁର :- ୧୩ ଜୁଲାଇ ୨୦୨୫ ତାରିଖ ନବରଙ୍ଗପୁର ଜିଲ୍ଲା ଏବଂ ତାହାର ଆଖପାଖ ଅଞ୍ଚଳରୁ ୧୦୫ ଜଣ ମୁସଲିମ ଭାଇ ଭଉଣୀ ମାନେ ଏକଠି ହୋଇ ଉମ୍ରା ଯାତ୍ରା ପାଇଁ ମକ୍କା ଓ ମଦିନା ଯିବାକୁ ପ୍ରସ୍ଥାନ କଲେ। ଏହି ଦୃଶ୍ୟ ଏକ ଧାର୍ମିକ ଏବଂ ଆତ୍ମିକ ଉତ୍ସାହର ସାକ୍ଷୀ ହେଲା। ଏହି ଯାତ୍ରା କେବଳ ଶରୀରୀକ ଭ୍ରମଣ ନୁହେଁ, ବରଂ ଏହା ଏକ ଆନ୍ତରିକ ଶୁଧ୍ଧି, ଆଚରଣର ପରିଶୋଧନ ଓ ଜୀବନର ନୈତିକ ଉନ୍ନତି ପାଇଁ ଏକ ଦ୶ଟା।
ଯାତ୍ରାର ଆରମ୍ଭ ହେଲା ଭଟିସାଲଗୁଡ଼ା ଅଞ୍ଚଳର ନୂରୀ ମସ୍ଜିଦରୁ, ଯେଉଁଠି ସମସ୍ତ ଯାତ୍ରୀ ଏକତ୍ରିତ ହୋଇ ଦୁଆ ପଢ଼ି ଆଲ୍ଲାଙ୍କ ରଜା ପାଇଁ ପ୍ରାର୍ଥନା କଲେ। ସେଠାରୁ ଏକ ଶାନ୍ତିପୂର୍ଣ୍ଣ ଜୁଲୁସ ରୂପେ ସମସ୍ତେ ମକ୍କା ମସ୍ଜିଦକୁ ଯାଇ ଉପସ୍ଥିତ ହେଲେ।
ମସ୍ଜିଦର ମୁଫ୍ତି ସାହେବ ଏହି ଅବସରରେ ଉମ୍ରା ଯାତ୍ରାର ମହତ୍ତ୍ୱ ବ୍ୟଖ୍ୟା କରି, ଏହା କେମିତି ଜୀବନର ଧାର୍ମିକ ଏବଂ ନୈତିକ ପରିବର୍ତ୍ତନର ଆଧାର ହୋଇପାରେ, ତାହା ଉପସ୍ଥିତ ଲୋକଙ୍କୁ ବୁଝାଇଲେ। ସେ କହିଲେ ଯେ ଏହି ପବିତ୍ର ଯାତ୍ରା ଆମ ଚରିତ୍ର, ନୀତି ଓ ଆତ୍ମାକୁ ପରିସ୍କାର କରିବା ପାଇଁ ଏକ ଅବସର, ଯାହା ଆମକୁ ଏକ ଭଲ ମୁସଲମାନ ଓ ଜିମ୍ମେଦାର ନାଗରିକ ବନାଇଥାଏ।
ଏହି ଅବସରରେ ଦୁଆ ମାଗାଯାଇଥିଲା ଯେ ଏହି ଉମ୍ରା ଯାତ୍ରା ସୁଖଦ, ସୁରକ୍ଷିତ ଓ ଆଲ୍ଲାହଙ୍କ ରଜା ସହିତ ସଫଳ ହେଉ। ଏହି ସହିତ ସମସ୍ତେ ଭାରତ ଦେଶର ଏକତା, ଅଖଣ୍ଡତା ଓ ଶାନ୍ତି ପାଇଁ ମଧ୍ୟ ଆଶିର୍ବାଦ ଓ ପ୍ରାର୍ଥନା କଲେ।
ଏହି ଉମ୍ରା ଯାତ୍ରାରେ ଅଂଶଗ୍ରହଣ କରୁଥିବା ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଥିଲେ –
ଖୈରୁନ ନିସା, ମହମ୍ମଦ ଜାଫର କାଦିରିୟା, ନବାବ ବେଗ, ନୂର ମହମ୍ମଦ, ମେହତାବ, ମୁନ୍ନା, ସୋହେଲ୍, ମୁଜଫ୍ଫର, ମହମ୍ମଦ ରଫି, ହସମତ, ଅଜିଜ ବେଗ, ଶରିଫ୍, ଉସ୍ମାନ, ମହମ୍ମଦ ୱାସି, ସଲାମ ଭାଇ ଓ ଅନ୍ୟ ମୁସଲିମ ଭାଇ ମାନେ ।ଏହି ମହାନ ଆତ୍ମିକ ଯାତ୍ରା ଏହି ବାତ୍ତା ଦେଉଛି – ଯେତେବେଳେ ନିୟତ ନିଶ୍ଚଳ ଓ ମନ ପବିତ୍ର ଥାଏ, ସମସ୍ତ ଚାଲେଞ୍ଜକୁ ଜୟ କରି ଉତ୍ତମ ଉଦାହରଣ ସୃଷ୍ଟି କରାଯାଇପାରେ।