
ପୁରୀ: ୧୧/୦୭(ମନୋଜ କୁମାର ବଳିଆରସିଂ)ଅଠରନଳା, ଶିକ୍ଷାଶ୍ରୀ ଲେନ ସ୍ଥିତ ଭଗବତୀ ବିଦ୍ୟା ନିକେତନର ୨୬ତମ ଦୁଇ ଦିନିଆ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଛି। ଏହି ମେଳା ଆସନ୍ତା କାଲି ଉଯାପିତ ହେବ।
ଏହି ମେଳାରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୯୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପିତାମ୍ବର ରଥ ଏହି ବିଜ୍ଞାନ ମେଳା କୁ ଉଦ୍ ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସଦ୍ୟସ ତଥା ଶିଶୁ ସାହିତ୍ୟିକ ରମେଶ ଚନ୍ଦ୍ର ଦାଶ, ସମ୍ପାଦକ ମହେନ୍ଦ୍ର ବିଶୋଇ, ସହ ସମ୍ପାଦକ ଲକ୍ଷ୍ମୀଧର ମାଝୀ, ପ୍ରଧାନ ଶିକ୍ଷୟିତ୍ରୀ କ୍ରିଷ୍ଣା କୁମାରୀ ଦେଈ, ପ୍ରାତଃ ବିଭାଗ ସଂଚାଳିକା ମମତା ଦାସ ପ୍ରମୁଖ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ବିଦ୍ୟାର୍ଥୀ ତଥା ଅଭିଭାବକମାନେ ଏହି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀକୁ ବୁଲି ଦେଖିବା ସହିତ ପ୍ରଶ୍ନ ମଞ୍ଚରେ ଅଂଶ ଗ୍ରହଣ କରିଥିଲେ।ବିଭିନ୍ନ ପ୍ରକଳ୍ପ ମଧ୍ୟରୁ ବିନା ପବନରେ ବେଲୁନ୍ ଫୁଲିବା, ଚନ୍ଦ୍ରଯାନ-୩ , ଜଳବାୟୁ ପରିବର୍ତ୍ତନ, ଗଣିତ କୁହୁକ, କରୋନା ନିରାକରଣ, ସୋଲାର ଡ୍ରିପ୍ ଇରିଗେସନ୍ ସିଷ୍ଟମ୍, ଡେଙ୍ଗୁ ଜ୍ଵର ସଚେତନତା, ପତ୍ରର ଔଷଧୀୟ ଗୁଣ, ଲେମନ୍ ଗ୍ରାସ ପ୍ଲାଣ୍ଟ, ସବୁଜ କୋଠରୀ ପ୍ରଭାବ ଆଦି ବିଜ୍ଞାନ ପ୍ରକଳ୍ପ ଗୁଡ଼ିକ ନିକଟରେ ଦର୍ଶକଙ୍କ ଭିଡ଼ ଜମିବାର ଲକ୍ଷ୍ୟ କରାଯାଇଥିଲା।
ବରିଷ୍ଠ ବିଜ୍ଞାନ ଶିକ୍ଷକ ବ୍ରହ୍ମାନନ୍ଦ ଦାଶ, ପ୍ରଭାସ ଚନ୍ଦ୍ର ମିଶ୍ର, ପୀତାମ୍ବର ରଥ,ଜ୍ୟୋତି ପ୍ରକାଶ ମହାରଣା ଏବଂ ବିନୋଦିନୀ ବେହେରା ପ୍ରମୁଖ ବିଚାରକ ରୂପେ ଯୋଗଦାନ କରି ପ୍ରକଳ୍ପଗୁଡିକର ମୂଲ୍ୟାୟନ କରିଥିଲେ। ପୀତବାସ ସ୍ୱାଇଁ ଓ ଅପରାଜିତା ଦ୍ବିବେଦୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ବିଜ୍ଞାନ ମେଳାରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ। ଫ୍ଲକ୍ ଲିଡର ପ୍ରୀତିମୟି ମହାପାତ୍ର ଏବଂ ସୁସ୍ମିତା ବାରିକଙ୍କ ନେତୃତ୍ୱରେ କବ୍ ବୁଲବୁଲ୍ କ୍ୟାଡେଟମାନେ ଶାନ୍ତି ଶୃଙ୍ଖଳା ରକ୍ଷା ସହ ପ୍ରଶ୍ନ ମଞ୍ଚ ସଞ୍ଚାଳନ କାର୍ଯ୍ୟରେ ସହଯୋଗ କରିଥିଲେ।